ଆଜି ରାଜ୍ୟବ୍ୟାପୀ ୧୨ ଘଂଟିଆ ଅଟୋ ବନ୍ଦ ଡାକରା ! ପରିବହନ ଟିକସ ଓ ବୀମା ପ୍ରିମିୟମ ବୃଦ୍ଧି ନିଷ୍ପତିର ପ୍ରତିବାଦ

17

କନକ ବ୍ୟୁରୋ : ଆଜି ରାଜ୍ୟବ୍ୟାପୀ ୧୨ ଘଂଟିଆ ଅଟୋ ବନ୍ଦ ଡାକରା । ପରିବହନ ଟିକସ ଓ ବୀମା ପ୍ରିମିୟମ ବୃଦ୍ଧି ନିଷ୍ପତିର ପ୍ରତିବାଦ ବନ୍ଦ ପାଳନ କରୁଛି ଅଟୋ ମହାସଂଘ । ଅଟୋ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭୁବନେଶ୍ୱରର ବିଭିନ୍ନ ଛକରେ ଅଟୋ ଗୁଡିକ ଠିଆ ହୋଇଥିବା ବେଳେ କଟକରେ ଅଟୋ ଚଳାକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସହରାଂଚଳରେ ଅଟୋ ଚଳାଚଳ ଉପରେ ସରକାରଙ୍କ କଟକଣାକୁ ବିରୋଧ କରୁଛି ଅଟୋ ମହାସଂଘ । ଯାହାର ପ୍ରତିବାଦରେ ଆଜି ୧୨ ଘଂଟିଆ ବନ୍ଦ ପାଳନ କରୁଛି ସଂଘ ।