ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ୍ : ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

87

କନକ ବ୍ୟୁରୋ : ଉଛୁଳୁଛି ହୀରାକୁଦର ଜଳସ୍ତର । ଡ୍ୟାମର ଜଳଧାରଣ କ୍ଷମତା ୬୩୦ଫୁଟ ଥିବା ବେଳେ ଏବେ ଜଳସ୍ତର ରହିଛି ୬୨୯.୭୫ ଫୁଟ । ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୬୭ ହଜାର ୮୫୬ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିପରି ୧୨ଟି ଗେଟ୍ ଦେଇ ୨ ଲକ୍ଷ ୨୦ ହଜାର ୬୮୦ ଘନଫୁଟ ଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣକୁ ଆଣିବା ପାଇଁ ଆଉ ୪ଟି ଗେଟ୍ ଖୋଲାଯାଇଛି । ଏବେ ହୀରାକୁଦ ଡ୍ୟାମର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଚିନ୍ତାର ବିଷୟ ହେଉଛି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଛତିଶଗଡ ମୁହାଁ ହୋଇଛି । ଯଦି ହୀରାକୁଦର ଉପରମୁଣ୍ଡରେ ବର୍ଷା ହୁଏ ତେବେ ଓଡ଼ିଶାର ଚିନ୍ତା ବଢିବ ।