କନକ ବ୍ୟୁରୋ: ମଣିପୁର ହିଂସାକୁ ୫୦ରୁ ଅଧିକ ଦିନ ହେଲାଣି । ତଥାପି ଥମୁନି ହିଂସା । କେବଳ ଏହାର ରାଜଧାନୀ ନୁହେଁ ବରଂ ପୁରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ହିଂସାରେ ପାଖାପାଖି ୧୨୦ଜଣଙ୍କ ମୃତ୍ୟୁ ହୋଇସାରିଥିବାବେଳେ ୩୦୦୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ଏପରି ସ୍ଥଳେ ସ୍ଥିତି ନିୟନ୍ତ୍ରଣ କରିବାକୁ କଠୋର ହୋଇଛି ସୁରକ୍ଷାବଳ ।
୨୪ ଘଣ୍ଟା ମଧ୍ୟରେ ହିଂସା ପ୍ରଭାବିତ ଇଲାକାକୁ ସିଲ କରି ଉଗ୍ରବାଦୀଙ୍କର ୧୨ଟି ବଙ୍କର ଧ୍ୱଂସ କରିଛି ସୁରକ୍ଷାବଳ । ୬ ଜିଲ୍ଲାରେ ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି । ସର୍ଚ୍ଚ ଅପରେସନ୍ ସମୟରେ ସୁରକ୍ଷାବଳ ଓ ପୁଲିସକୁ ବିପୁଳ ମୋର୍ଟାର ଆଇଇଡି ମିଳିଛି । ଏବେଯାଏଁ ପାଖାପାଖି ୧୧୦୦ ହତିଆର, ୧୩୭୦୨ ଗୋଳାବାରୁଦ, ୨୫୦ ପ୍ରକାରର ବୋମା ଜବତ ହୋଇଥିବା ପୁଲିସ କହିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ ସହ ଘେରାବନ୍ଦୀ ଓ ତଲାସି ଜାରି ରଖିଛନ୍ତି ଉଭୟ ପୁଲିସ ଓ ସୁରକ୍ଷାବଳ ।

Advertisment