ବନ୍ଧୁ ପ୍ରତି ବନ୍ଧୁର ପ୍ରେମକୁ ନେଇ ବଲିଉଡରେ ନିର୍ମିତ ହୋଇଥିଲା ଫିଲ୍ମ ! ବନ୍ଧୁତା ଦିବସରେ ମନେପଡେ ଏଭଳି ମନଛୁଆଁ ସଙ୍ଗୀତ । 

308

ସମସ୍ତେ ଚାହାନ୍ତି ତାଙ୍କ ଜୀବନକୁ ଏଭଳି ବନ୍ଧୁଙ୍କ ଆଗମନ ହେଉ ଯେଉଁମାନେ ସୁଖ,ଦୁଃଖ,ରାଗ,କ୍ଲେଷ,ପ୍ରେମ ପ୍ରତି ମୁହୂର୍ତ୍ତରେ ତାଙ୍କ ସଙ୍ଗେ ରୁହନ୍ତୁ । କିନ୍ତୁ କିଛି ଲୋକଙ୍କ ଭାଗ୍ୟରେ ସଚ୍ଚୋଟ ବନ୍ଧୁଙ୍କ ହାତ ଥାଏ । ତେବେ ସେ ଯାହା ହେଉନା କାହିଁକି ହିନ୍ଦୀ ସିନେମାରେ ବନ୍ଧୁତାକୁ ନେଇ ବହୁତ ଚଳଚ୍ଚିତ୍ର ନିର୍ମିତ ହୋଇଛି ଏବଂ କିଛି ମନଛୁଆଁ ଗୀତ ମଧ୍ୟ ଶ୍ରୋତାଙ୍କୁ ମତୁଆଲା କରିଛି । ତେବେ ଆଜି ବିଶ୍ୱ ବନ୍ଧୁତ୍ୱ ଦିବସର ଆମେ ଆପଣଙ୍କୁ ଏଭଳି କିଛି ଫିଲ୍ମ ଏବଂ ସଙ୍ଗୀତ ବିଷୟରେ କହିବାକୁ ଯାଉଛୁ ।

ଦିଲ୍ ଚାହତାହେ : ଆମିର ଖାନ୍,ସେଫ୍ ଅଲ୍ଲି ଖାନ୍ ଏବଂ ଅକ୍ଷୟ ଖାନ୍ନାଙ୍କ ଅଭିନିତ ଏହି ଫିଲ୍ମରେ ଦୋସ୍ତୀ ଏବଂ ମସ୍ତିର ଝଲକ ଦେଖିବାକୁ ମିଳିଥିଲା ।

୩ ଇଡିଅଟସ୍ : ଯେତେବେଳେ ବନ୍ଧୁତା କଥା ପଡେ ବଲିଉଡରେ ନିର୍ମିତ ହୋଇଥିବା ସିନେମା “୩ ଇଡିଅଟସ୍” ଦର୍ଶକଙ୍କ ମନକୁ ପ୍ରଥମେ ଆସିଥାଏ । ରାଜୁ,ରାଞ୍ଚୋ ଏବଂ ଫରହାନଙ୍କ ବନ୍ଧୁତା ଏଭଳି ଥିଲା ଯେ ପ୍ରତିକୂଳ ପରିସ୍ଥିତି ମଧ୍ୟ ୩ ସାଙ୍ଗଙ୍କୁ ନିଜଠାରୁ ଦୂରେଇ ପାରିନଥିଲା ଏବଂ ଶେଷରେ ତିନିଜଣ ଏକାଠି ହୋଇଥିଲେ । ଏହି ଫିଲ୍ମରେ ଅଲ୍ ଇଜ୍ ୱେଲ,ଜାନେ ନହିଁ ଦେଙ୍ଗେ ତୁଝେ ଗୀତ ଲୋକଙ୍କୁ ଖୁବ୍ ଭଲ ଲାଗିଥିଲା ।

ୟେ ଜୱାନି ହେ ଦିୱାନି : କିଛି ଅପରିଚିତଙ୍କ ସହ କିଭଳି ଜଣେ ବନ୍ଧୁତ୍ୱ ସଂପର୍କରେ ବାନ୍ଧିହୁଏ ଏବଂ ପରେ ଜିଗରା ଦୋସ୍ତର ତାଲିକାରେ ସ୍ଥାନ ପାଏ ଏହାର ଏକ ଭଲ ଉଦାହରଣ ହେଉଛି ଫିଲ୍ମ “ୟେ ଜୱାନି ହେ ଦିୱାନି” । ଫିଲ୍ମଟିରେ ଭରପୂର ମସ୍ତି ଦେଖିବାକୁ ମିଳିଥିଲା । ୪ ସାଙ୍ଗଙ୍କ ଉପରେ ନିର୍ମିତ ହୋଇଥିବା ଏହି ଫିଲ୍ମଟି ଲୋକଙ୍କ ଖୁବ୍ ମନୋରଞ୍ଜନ କରାଇଥିଲା । ଫିଲ୍ମର ବଲମ ପିଚକାରୀ,ବତମିଜ୍ ଦିଲ୍ ଗୀତ ବନ୍ଧୁତା ଉପରେ ନିର୍ମିତ ହୋଇଥିଲା ।

ଜିନ୍ଦଗି ମିଲେଗି ନା ଦୋବାରା : କୁହନ୍ତି ୩ ସାଙ୍ଗଙ୍କ ମେଳ ସବୁଠାରୁ ଭଲ ବନ୍ଧୁତାର ସଂପର୍କରେ ବାନ୍ଧିହୋଇଥାନ୍ତି । ଏହି ଫିଲ୍ମଟି ମଧ୍ୟ ୩ ଜଣ ବନ୍ଧୁଙ୍କ ଉପରେ ଆଧାରିତ ହୋଇଥିଲା । ଯେ ମାରପିଟ ତ ହେଉଥିଲେ କିନ୍ତୁ ଖରାପ ସମୟ ଆସିଲେ ସମସ୍ତେ ଏକାଠି ହୋଇଯାଉଥିଲେ । ଏହି ତ ବନ୍ଧୁତାର ପରିଚୟ । ହ୍ରିତିକ୍ ରୋଶନ୍,ଫରହାନ୍ ଅଖତର ଏବଂ ଅଭୟ ଦେଓଲଙ୍କ ଅଭିନିତ ଫିଲ୍ମଟି ମଧ୍ୟ ଖୁବ୍ ହିଟ୍ ହୋଇଥିଲା ।

ଶୋଲେ : ବନ୍ଧୁତା ଉପରେ କଥା ଚାଲିଛି ଏବଂ ଶୋଲେ ଫିଲ୍ମର କଥା ନ ଆସେ ଏହା ତ ହୋଇନପାରେ । ନବେ ଦଶକର ସିନେମାରେ ଜୟ,ବିରୁଙ୍କ ମସ୍ତିଭରା ଗୀତ ‘ୟେ ଦୋସତୀ ହମ୍ ନହି ତୋଡେଙ୍ଗେ’କୁ କଣ କେହି ଭୁଲିପାରେ । ଯାହାକୁ ଏବେ ମଧ୍ୟ ଶ୍ରୋତା ମନେ ପକାଇ ଗୁଣୁଗୁଣାନ୍ତି ।

ସୋନୁ କି ଟିଟୁ କି ସ୍ୱିଟି : କିଛି ସମୟ ପୂର୍ବରୁ ପରଦାକୁ ଆସିଥିବା ଫିଲ୍ମ “ସୋନୁ କି ଟିଟୁ କି ସ୍ୱିଟି” ର ଲୋକପ୍ରିୟ ଗୀତ ‘ତେରା ୟାର୍ ହୁଁ ମେ’ କୁ କଣ କେହି ଭୁଲିପାରିବେ । କିଭଳି ଜଣେ ବନ୍ଧୁ ବନ୍ଧୁର ଭୁଲମାର୍ଗକୁ ଠିକ୍ କରିବାକୁ ଯାଇ ନିଜ ଆତ୍ମବିଶ୍ୱାସକୁ ମଧ୍ୟ ତଳେ ପକାଇବାକୁ ଭ୍ରୁକ୍ଷେପ କରୁନାହିଁ ଏହି ବିଷୟ ଉପରେ ନିର୍ମିତ ହେଇଥିଲା ଫିଲ୍ମ ସୋନୁ କି ଟିଟୁ କି ସ୍ୱିଟି ।

ଏହାଛଡା ଦୋସ୍ତାନା,ନ୍ୟୁୟର୍କ,ପିକେ,ରଙ୍ଗ ଦେ ବସନ୍ତି ଆଦି ଅନେକ ଫିଲ୍ମ ମଧ୍ୟ ବନ୍ଧୁତାର ସୁସଂପର୍କକୁ ଅଧିକ ମଜବୁତ୍ କରିଥାଏ ।