ପୁଣି ଚାଲିବ ଜିଓର ଜଲୱା ! ବର୍ଷକ ପାଇଁ ଗ୍ରାହକଙ୍କୁ ମାଗଣାରେ ମିଳିବ ସବୁକିଛି, ହାଇସ୍ପିଡର ଡାଟା ଦେବା ସହ ରିଚାର୍ଜର ପୂରା ଟଙ୍କା ଫେରାଇବ କଂପାନୀ

1,055

ଟେଲିକମ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ରିଲାଏନ୍ସ ଜିଓକୁ ମଧ୍ୟ ଆକର୍ଷଣୀୟ ତଥା ଧମାକାଦାର ଅଫର ଲଂଚ କରୁଥିବା କଂପାନୀର ଆଖ୍ୟା ଦିଆଯାଇଛି । କାହିଁକି ନା ଜିଓ ସମୟେ ସମୟେ ନିଜର ଗ୍ରାହକଙ୍କ ପାଇଁ କିଛି ନା କିଛି ଆକର୍ଷଣୀୟ ତଥା ନୂଆ ନୂଆ ଅଫରମାନ ଲଂଚ କରିଥାଏ । ନିକଟରେ ଜିଓ ନିଜର ଦ୍ୱିତୀୟ ବାର୍ଷିକୀ ଅବସରରେ ଅନେକ ଆକର୍ଷଣୀୟ ଅଫରମାନ ଲଂଚ କରିଥିଲା । ଇଚ୍ଛିମଧ୍ୟରେ ବର୍ତ୍ତମାନ ଜିଓ ପାର୍ବଣ ଋଚ୍ଛୁକୁ ନଜରରେ ରଖି ‘ଦିୱାଲୀ ଧମାକା’ ନାମକ ଏକ ନୂଆ ଅଫର ଲଂଚ କରିଛି । ଜିଓର ଏହି ‘ଦିୱାଲୀ ଧମାକା’ ଅଫର ଉପରେ ଗ୍ରାହକଙ୍କୁ ମିଳିବ ଶତ ପ୍ରତିଶତ କ୍ୟାସବ୍ୟାକ୍ । ତେବେ ଆସନ୍ତୁ ଜାଣିବା ଜିଓର ଏହି ଧକାମାଦାର ଅଫର ସଂପର୍କରେ ଅଧିକ ସୂଚନା ।

ଜିଓର ଏହି ନୂଆ ଅଫର ମୂଲ୍ୟ ରହିଛି ମାତ୍ର ୧,୬୯୯ ଟଙ୍କା । ଯାହାର ବୈଧତା ରହିଛି ୩୬୫ ଦିନ ବା ୧ ବର୍ଷ । ଏହି ପ୍ଲାନରେ ଗ୍ରାହକଙ୍କୁ ସମସ୍ତ ନେଟୱର୍କ ଉପରେ ଅନଲିମିଟେଡ୍ କଲିଂ ସହ ପ୍ରତିଦିନ ୧୦୦ଟି ମେସେଜ ମଧ୍ୟ ମିଳିବ । ଜିଓର ଏହି ୧,୬୯୯ଟଙ୍କିଆ ବାଲା ପ୍ଲାନର ବୈଧତା ରହିଛି ୩୬୫ ଦିନ । ଏଥିରେ ମୋଟ୍ ୫୪୭.୫ ଜିବି ଡାଟା ମିଳିବା ସହ ଦୈନିକ ଆପଣଙ୍କୁ ୧.୫ ଜିବିର ଡାଟା ମିଳିବ । ସେହିପରି ଡାଟା , କଲିଂ ଏବଂ ମେସେଜ ବ୍ୟତୀତ ଏହି ପ୍ଲାନରେ ଜିଓର ସମସ୍ତ ଆପଗୁଡିକକୁ ବି ଆପଣ ମାଗଣାରେ ସବସକ୍ରିପସନ କରିପାରିବେ । ଜିଓର ଏହି ପ୍ଲାନର ସହିତ ଜିଓ ୧୦୦ ପ୍ରତିଶତ କ୍ୟାସବ୍ୟାକ୍ ମଧ୍ୟ ଦେଇ ରଖୁଛି । ୧,୬୯୯ ଟଙ୍କାର ରିଚାର୍ଜ କରିବା ଉପରେ ଗ୍ରାହକଙ୍କୁ ୫୦୦ ଟଙ୍କାର ତିନି ଏବଂ ୨୦୦ ଟଙ୍କାର ଗୋଟିଏ ଭାଉଚର ମିଳିବ । ଏଭଳି ଭାବରେ କଂପାନୀ ଆପଣଙ୍କୁ ୧୭୦୦ଟଙ୍କା କ୍ୟାସବ୍ୟାକ କରିବ ।

ତେବେ ଏଭଳି ପ୍ରକାରର କ୍ୟାସବ୍ୟାକ ୧୪୯ ଟଙ୍କାରୁ ଆରମ୍ଭ କରି ୯,୯୯୯ ଟଙ୍କା ପର୍ଯ୍ୟନ୍ତର ସମସ୍ତ ପ୍ଲାନରେ ବି ଉପଲବ୍ଧ । ଜିଓର ଏହି ଦିୱାଲି ଧମାକା ଅଫରର ଆରମ୍ଭ ୧୮ ଅକ୍ଟୋବରରୁ ହୋଇସାଇଛି । ଯାହାକି ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଏହି ଅଫର ଆଧାରରେ ମିଳିଥିବା କ୍ୟାସବ୍ୟାକର ବ୍ୟବହାର ଗ୍ରାହକମାନେ ୩୧ ଡିସେମ୍ବର ୨୦୧୮ ସୁଧା କରିପାରିବେ । ଜିଏର ଏହି ପ୍ଲାନ ଉଭୟ ଜିଓ ଆପ୍ ଏବଂ କଂପାନୀର ଆଧିକାରିକ ୱେବସାଇଟରେ ଉପଲବ୍ଧ ।