ଚୀନ-ଭାରତ ମଧ୍ୟରେ ଦଶମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା : ପୂର୍ବ ଲଦାଖର ସାମରିକ ଘାଟିରୁ ସୈନ୍ୟ ପ୍ରତ୍ୟାହାର ପାଇଁ ନୂଆଦିଲ୍ଲୀର ଅପିଲ

70

କନକ ବ୍ୟୁରୋ : ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ୧୦ମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୀମାର ଚୁସୁଲ-ମୋଲଦୋ କ୍ଷେତ୍ରରେ ହୋଇଥିବା ଶୀର୍ଷ କମାଣ୍ଡରସ୍ତରୀୟ ବୈଠକରେ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ୧୬ଘଂଟା ଆଲୋଚନା ହୋଇଥିବା ସୂଚନା ମିଳିଛି । ପୂର୍ବ ଲଦାଖର ହଟସ୍ପ୍ରିଙ୍ଗ, ଗୋଗରା, ଡେସପାଙ୍ଗ ଅଂଚଳରେ ଥିବା ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ହଟାଇବାକୁ ଚୀନକୁ କହିଛି ନୂଆଦିଲ୍ଲୀ । ସେହିପରି ଡେସପାଙ୍ଗ ଅଂଚଳରେ ଭାରତୀୟ ସୈନ୍ୟଙ୍କ ପାଟ୍ରୋଲିଂରେ ବାଧା ନପହଂଚାଇବା ପାଇଁ କହିଛି ଭାରତ ।

ଚୁସୁଲ-ମୋଲଦୋ ସୀମା ବୈଠକରେ ଭାରତର ପ୍ରତିନିଧିତ୍ୱ କରିଥିଲେ ଫୋର୍ଟିନ କ୍ରପସ କମାଣ୍ଡର ଲେଫଟନାନଟ ପି.ଜି.କେ ମେନନ ଓ ଚୀନ ପକ୍ଷରୁ ଆଲୋଚନାରେ ଭାଗ ନେଇଥିଲେ ସାଉଥ ଜିଙ୍ଗଜିଆଙ୍ଗ ମିଲିଟାରୀ ଡିଷ୍ଟ୍ରିକ ଚିଫ ମେଜେର ଜେନେରାଲ ଲିୟୁ ଲିନ । ପେଙ୍ଗଙ୍ଗ ହ୍ରଦ ଅଂଚଳରୁ ଚୀନ ସୈନ୍ୟ ପ୍ରତ୍ୟାହାର କରିବା ପରେ ୧୦ମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ହୋଇଛି ।