ସାଙ୍ଗ ମାନଙ୍କ ପାଇଁ ୪୬ ଲକ୍ଷ ଟଙ୍କା ଉଡାଇଦେଲା ୧୦ମ ଶ୍ରେଣୀର ଛାତ୍ର । କାହାକୁ କାର ମିଳିଲା ତ ପୁଣି କିଏ ପାଇଲା ୧୫ ଲକ୍ଷ ଟଙ୍କା

45

କିଛିଦିନ ତଳେ ବନ୍ଧୁତା ଦିବସ ଯାଇଛି। ଏହି ବନ୍ଧୁତା ଦିବସକୁ ବିଭିନ୍ନ ଲୋକ ବିଭିନ୍ନ ଆଡମ୍ବର ସହ ପାଳନ କରିଛନ୍ତି। କିନ୍ତୁ ଏମିତି ଏକ ପିଲା ରହିଛି ଯିଏକି ସାଙ୍ଗମାନଙ୍କ ମଧ୍ରରେ ୪୬ଲକ୍ଷ ଟଙ୍କା ବାଣ୍ଟି ଦେଇଛି।
ସୂଚନାଯୋଗ୍ୟ, ଜବଲପୁରରେ ବସବାସ କରୁଥିବା ୧୦ମ ଶ୍ରେଣୀର ବାଳକ ‘ଫ୍ରେଣ୍ଡସିପ୍ ଡେ’ରେ ଘରେ ରଖାଯାଇଥିବା ୬୦ଲକ୍ଷ ଟଙ୍କାରୁ ସାଙ୍ଗ ଓ ଗାର୍ଲଫ୍ରେଣ୍ଡ ପାଇଁ ୪୬ଲକ୍ଷ ଟଙ୍କା ଚେରାଇ ନେଇଥିଲା। ଏହି ବାଳକର ପିତାଙ୍କୁ ବ୍ୟାଙ୍କରେ ଟଙ୍କା ଜମା କରିବାର ଥିଲା, ଯେତେବେଳେ ସେ ଟଙ୍କା ବାହାର କରିବା ପାଇଁ ଆଲମାରୀ ଖୋଲିଥିଲେ, ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। କାରଣ ତାଙ୍କ ଅଲମାରି ଭିତରୁ ୪୬ଲକ୍ଷ ଟଙ୍କା ଗାଏବ୍ ଥିଲା। ଏହା ପରେ ଉକ୍ତ ବାଳକର ପିତା ପୁଲିସକୁ ଏହି ଘଟଣା ନେଇ ସୂଚନା ଦେଇଥିଲେ।

ପୁଲିସ ଏହି ମାମଲା ଯାଞ୍ଚ ପାଇଁ ଘରର ଲୋକମାନଙ୍କୁ ପଚାରଉଚରା ଆରମ୍ଭ କରିଥିଲା। ପୁଲିସ ଘରର ଚାକରାଣୀଙ୍କଠାରୁ ଆରମ୍ଭ କରି ଘରର ପୁଅକୁ ବି ପଚରାଉଚରା କରିଥିଲା। ପଚାର ଉଚରା ସମୟରେ ପୁଲିସକୁ ଉକ୍ତ ବାଳକ ଉପରେ ସନ୍ଦେହ ହୋଇଥିଲା। ଏହାପରେ ବାଳକ ନିଜ ଦୋଷ ବି ସ୍ୱୀକାର କରି ନେଇଥିଲା ଏବଂ କହିଥିଲା ସେ ପ୍ରଥମେ ଦୁଇଲକ୍ଷ ଟଙ୍କା ଚୋରି କରିଥିଲା। ଧୀରେ ଧୀରେ କରି ୪୪ଲକ୍ଷ ଟଙ୍କା ଚୋରାଇ ନେଇଥିଲା। ଏହି ଟଙ୍କାରୁ ତାର ଜଣେ ସାଙ୍ଗ ଦିନମଜୁରିଆ କାମ କରୁଥିଲା ତେଣୁ ତାକୁ ୧୫ଲକ୍ଷ, ଶ୍ରେଣୀଗୃହରେ ତାର ହେମଓ୍ଵାର୍କ କରୁଥିବା ସାଙ୍ଗକୁ ୩ଲକ୍ଷ ଟଙ୍କା, ତାର ଗାର୍ଲଫ୍ରେଣ୍ଡକୁ କିଛି ଟଙ୍କା ସହିତ ସୁନାର ରିଙ୍ଗ ଏଭଳି ୫ଜଣ ସାଙ୍ଗ ମଧ୍ୟରେ ୪୬ଲକ୍ଷ ଟଙ୍କା ବାଣ୍ଟି ଦେଇଥିଲା ବୋଲି କହିଥିଲା।ଏପରିକି ୩୫ ଜଣ ସାଙ୍ଗମାନଙ୍କୁ ନୂଆ ସ୍ମାର୍ଟଫୋନ କିଣି ଦେଇଥିଲେ ।