ବଦଳିଲା ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା: ଆଉ ହେବନି ସମ୍ମେଟିଭ ପରୀକ୍ଷା, ବର୍ଷ ଶେଷରେ ହେବ ଗୋଟିଏ ବୋର୍ଡ ପରୀକ୍ଷା

2,998

କନକ ବ୍ୟୁରୋ: ବଦଳିଲା ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା । ପୂର୍ବପରି ବର୍ଷ ଶେଷରେ ଗୋଟିଏ ବୋର୍ଡ ପରୀକ୍ଷା ହେବ । ଏଣିକି କେବଳ ଦଶମ ବୋର୍ଡ ଗୋଟିଏ ପରୀକ୍ଷା ହେବ । ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା ହେବ ନାହିଁ । ପିଲାଙ୍କ ଅଭ୍ୟାସ ପାଇଁ ପୂର୍ବରୁ ଯେଉଁଭଳି ଷାଣ୍ମାସିକ ପରୀକ୍ଷା ହେଉଥିଲା ତାହା କରାଯିବ । ଏନେଇ ପ୍ରେସମିଟରେ ସୂଚନା ଦେଲେ ବୋର୍ଡ ସଭାପତି ରାମାଶିଷ ହାଜରା । କୋଭିଡ ସମୟରେ ସମ୍ମେଟିଭ ଢାଞ୍ଚା ଆପଣାଇଥିଲା ବୋର୍ଡ ।