ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖିଲେ ଗୁଜୁରାଟ ସରକାର , ପ୍ରଥମରୁ ଏକାଦଶ ଶ୍ରେଣୀର ପିଲାଙ୍କୁ ବିନାପରୀକ୍ଷାରେ ପାସ୍

149

କନକ ବ୍ୟୁରୋ : କରୋନା କାଳରେ ପରୀକ୍ଷା ସମ୍ଭବ ନୁହେଁ ବୋଲି ବିଚାର କରି ବଭିନ୍ନ ରାଜ୍ୟ ସରକାରମାନେ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖୁଛନ୍ତି । ଏହି କ୍ରମରେ ଆଜି ଗୁଜୁରାଟ ସରକାର ଆସନ୍ତା ମେ ୧୦ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ବୋର୍ଡ ଓ କାଉଁସିଲ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଗୁଜୁରାଟ ଏସଏଚଏସଇବି ର ସଦସ୍ୟମାନେ ଆଜି ଏକ ବୈଠକ କରି ଏଭଳି ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ପ୍ରଥମରୁ ଏକାଦଶ ଶ୍ରେଣୀର ପିଲାଙ୍କ ପାଇଁ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇ ସେମାନଙ୍କୁ ବିନାପରୀକ୍ଷାରେ ପାସ୍ କରିଦିଆଯିବା ନେଇ ନିଷ୍ପତ୍ତି ହୋଇଛି ।

ଅନ୍ୟପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କେବେ ହେବ ସେ ନେଇ ୨ ରୁ ୩ ସପ୍ତାହ ପରେ ବିଚାର କରାଯିବ ବୋଲି କୁହାଯିବା ସହ ପରୀକ୍ଷା ନିଶ୍ଚିତ ଭାବେ ଡେରିହେବ ବୋଲି ସୂଚନା ଦିଆଯାଇଛି ।

କହିରଖୁ କି କରୋନା ସଂକ୍ରମଣ ଦୃତହାରରେ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ଗୁଜୁରାଟରେ ୪୬୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  ଓ ୭୩ ଜଣଙ୍କର ମୃତ୍ୟୁ ହୋଇଛି ।