ରାଜ୍ୟରେ ତଳକୁ ଖସୁଛି କରୋନା ମିଟର : ୨୪ ଘଂଟାରେ ଚିହ୍ନଟ ହେଲେ ୧୦୩୨ ଆକ୍ରାନ୍ତ,୬୭ ମୃତ

202

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଂଟା ଭିତରେ ୧୦୩୨ ନୁଆ ସଂକ୍ରମିତ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୫୯୮ ଜଣ ଚିହ୍ନଟ ହୋଇଥିବା ବେଳେ ୪୩୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସର୍ବାଧିକ ସଂକ୍ରମିତ ତାଲିକାରେ ଆଗରେ ରହିଛି ଖୋର୍ଦ୍ଧା ।

ଖୋର୍ଦ୍ଧାରୁ ୨୩୭, ଅନୁଗୁଳରୁ ୪୮ ଜଣ, ବାଲେଶ୍ୱରରୁ ୩୬ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୪୭ ଜଣ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧରୁ ୨, କଟକରୁ ୧୫୪ ଜଣ, ଦେବଗଡ଼ରୁ  ୮ ଜଣ, ଢେଙ୍କାନାଳରୁ ୨୫ ଜଣ, ଗଜପତିରୁ ୬ ଜଣ, ଗଞ୍ଜାମରୁ ୮ ଜଣ, ଜଗତସିଂହପୁରରୁ ୮୨ ଜଣ, ଯାଜପୁରରୁ ୪୩ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡିରୁ ୬ ଜଣ, କନ୍ଧମାଳରୁ ୧୦ ଜଣ, କେନ୍ଦ୍ରାପଡ଼ାରୁ ୧୮ ଜଣ, କେଉଁଝରରୁ ୨୩ ଜଣ, କୋରାପୁଟରୁ ୯ ଜଣ, ମାଲକାନଗିରିରୁ ୬ ଜଣ, ମୟୁରଭଞ୍ଜରୁ ୨୦ ଜଣ, ନବରଙ୍ଗପୁରରୁ ୬ ଜଣ, ନୟାଗଡ଼ରୁ ୩୦ ଜଣ, ନୂଆପଡ଼ାରୁ ୧, ପୁରୀରୁ ୮୨ ଜଣ, ରାୟଗଡ଼ାରୁ ୮ ଜଣ, ସମ୍ୱଲପୁରରୁ ୧୯ ଜଣ, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୨୩ ଓ ଷ୍ଟେଟ ପୁଲରୁ ୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯, ୭୯, ୭୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୫୮, ୬୦୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୫, ୦୫୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ତେବେ ୨୪ ଘଂଟା ଭିତରେ ୬୭ହଜାର ୧୩୧ଟି ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ରେଟ ରହିଛି ୧ ଦଶମିକ ୫୩ । ସେପଟେ ୬୭ ମୃତ୍ୟୁର ହିସାବ ଦେଲେ ସରକାର ।

ସୂଚନା ଅନୁଯାୟୀ, ଏହି ୬୭ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୧ ଜଣ ଅଛନ୍ତି। ଅପରପକ୍ଷରେ କଟକ ଜିଲ୍ଲାରେ ୧୦ ଜଣଙ୍କ କରୋନାରେ ପ୍ରାଣହାନି ଘଟିଛି। ଏହାଛଡ଼ା ପୁରୀ ଜିଲ୍ଲାରୁ ୬ ଓ ଢେଙ୍କାନାଳ ଜିଲ୍ଲାରୁ ୫ ଜଣ ମୃତକ ରହିଛନ୍ତି । ଏଣେ ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରୁ ୪ ଜଣ ଲେଖାଏଁ ଥିବା ଜଣାଯାଇଛି । ଅନୁଗୁଳ ଓ ଭଦ୍ରକ ଜିଲ୍ଲାରୁ ୩ ଜଣ ଲେଖାଏଁ ମୃତକ ରହିଛନ୍ତି । ଠିକ୍ ସେହିପରି ବାଲେଶ୍ବର, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ ଥିବା ଜଣାଯାଇଛି । ଅପରପକ୍ଷରେ ବରଗଡ଼, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ  ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି ।