ଆଜିଠାରୁ ଆରମ୍ଭ ହେବ ଡିଆରଡିଓ ବିକଶିତ କରିଥିବା କରୋନା ଔଷଧ ‘ଟୁ-ଡିଜି’ : ରାଜଧାନୀ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ୧୦ ହଜାର ଡୋଜ୍ ବାଂଟିବେ ପ୍ରତିରକ୍ଷା ମନ୍ତ୍ରୀ 

ଡକ୍ଟର ରେଡିସ୍ ଲାବୋରେଟୋରିଜ୍ ସହ ମିଳିବ ଭାବେ ଔଷଧ ତିଆରି କରିଛି ଡିଆରଡିଓ

152

କନକ ବ୍ୟୁରୋ : ଆଜି ଲଂଚ ହେବ ଡିଆରଡିଓ ବିକଶିତ କରିଥିବା କରୋନା ଔଷଧ ‘ଟୁ-ଡିଜି’ । ଡକ୍ଟର ରେଡିସ୍ ଲାବୋରେଟୋରିଜ୍ ସହ ମିଳିତ ଭାବେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଂଟ ଅର୍ଗାନାଇଜେସନ୍ ଏହି ଔଷଧ ତିଆରି କରିଛି । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏହାର ୧୦ ହଜାର ଡୋଜ୍ ବଂଟନ କରିବେ । ଦିଲ୍ଲୀର କିଛି ହସ୍ପିଟାଲରେ ଏହାକୁ ଦିଆଯିବ । ‘ଟୁ-ଡିଅକ୍ସି-ଡି-ଗ୍ଲୁକୋଜ୍’ ବା ‘ଟୁ-ଡିଜି’ ନାମକ ଏହି ଔଷଧ କରୋନା ଚିକିତ୍ସାରେ ବେଶ ଉପଯୋଗୀ ହେବ ବୋଲି କୁହାଯାଇଛି ।

କରୋନା ବିରୋଧରେ ଲଢ଼ିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା, ଏହାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ । ଦ୍ୱିତୀୟ ଓ ତୃତୀୟ କ୍ଲିନିକାଲ ଟ୍ରାଏଲରେ ଏହା ଫଳପ୍ରଦ ହୋଇଥିବା ସୂଚନା ମିଳିଛି । ବିଶେଷ କରି ହସ୍ପିଟାଲରେ ରୋଗୀଙ୍କ ରହଣୀ ସମୟକୁ ଏହି ଔଷଧ କମାଇ ଥାଏ । ଏବଂ ଅକ୍ସିଜେନ୍ ଉପରେ ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରିଥାଏ । ଏହି ମେଡିସିନ୍ ପାଉଡର ଆକାରରେ ମିଳେ, ଏହାକୁ ପାଣିରେ ମିଶାଇ ରୋଗୀଙ୍କୁ ଦିଆଯାଇଥାଏ ।