ପୁଣି ଆସିଲା ଶିଶୁ ନିର୍ଯାତନା ଅଭିଯୋଗ ! ମୁଣ୍ଡରେ ଚିତା ଚଇତନ ନଲଗାଇବାରୁ ବାଳାଶ୍ରମରେ ୧୦ବର୍ଷର ଶିଶୁକୁ ବାଡେଇଲେ ବାବା, ଭୟରେ ଆଶ୍ରମ ଛାଡି ପଳାଇଲା ଶିଶୁ ।

132

କନକ ବ୍ୟୁରୋ : ବାଳାଶ୍ରମରେ ଶିଶୁକୁ ମାଡ ମାରିଲେ ବାବା । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଂଟେଇ କୋଳିଆ କଳ୍ପତରୁ ବାଳାଶ୍ରମରୁ । ଏହି ଆଶ୍ରମରେ ରହୁଥିବା ବାବା ମୁରାରୀ ଦାସ ଶିଶୁଟିକୁ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ବାବା ଏବେ ଫେରାର ଥିବା ବେଳେ ପୋଲିସ ସହାୟତାରେ ଶିଶୁଟିକୁ ଉଦ୍ଧାର କରାଯାଇଛି ।

ଆଶ୍ରମ ବାବାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ୧୦ ବର୍ଷର ଶିଶୁକୁ ମାଡ ମାରିଲେ ବାବା । ଦୋଷ ଏତିକି ଥିଲା ଠିକ ସମୟରେ ଗାଇକୁ ଖାଇବାକୁ ଦେଇପାରିନଥିଲା । ଦୋଷ ଏତିକି ଥିଲା ମୁଣ୍ଡରେ ଚିତା ଚଇତନ କରିନଥିଲା । ଆଉ ସେଥିପାଇଁ ୧୦ବର୍ଷର ଶିଶୁ ରୋହିତ ଦାସକୁ ଅମାନୁଷିକ ଭାବେ ମାଡ ମାରିଥିଲେ ବାବା ମୁରାରୀ ଦାସ । ମାଡ ଏମିତି ହୋଇଥିଲା ଯେ ଦାନ୍ତରେ ଯନ୍ତ୍ରଣା ଏବେ ବି ରହିଛି । ବାବାଙ୍କ ନିର୍ଯାତନା ଏତେ ଅସହ୍ୟ ହେଲା ଯେ ଭୟରେ ଆଶ୍ରମ ଛାଡି ପଳାଇଥିଲା ରୋହିତ । ସିଧା ପହଂଚିଥିଲା ରେଳ ଷ୍ଟେସନରେ ।

ରେଳଷ୍ଟେସନ ନିକଟରେ ଜଣେ ହୋଟେଲ ବ୍ୟବସାୟୀ ସୁରକ୍ଷିତ ଭାବେ ରୋହିତକୁ ରଖିଥିଲେ । ଏପଟେ ବାବାଙ୍କ ଏପରି କାରନାମା ନେଇ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ରୋହିତଙ୍କ ବାପା ଓ ମା । ପୋଲିସ ରୋହିତକୁ ଉଦ୍ଧାର କରି ବାପା ମାଙ୍କୁ ଦେଇଛି । ତେବେ ବାବାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ରୋହିତଙ୍କ ବାପା ମା । ରୋହିତର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ଓପନ ସେଲଟର ହୋମରେ ରଖାଯାଇଛି ।