ଆଜି ୧୦ ରାଜ୍ୟର ୧୪ଟି ଆସନରେ ଉପ ନିର୍ବାଚନ ! ୟୁପିର କୈରାନା, ମହାରାଷ୍ଟ୍ରର ପାଲଘର, ବାନ୍ଦ୍ରା ଗୋନ୍ଦିୟା ଓ ନାଗାଲାଣ୍ଡ ଲୋକସଭା ଆସନରେ ଚାଲିଛି ଭୋଟ୍ ଗ୍ରହଣ

26

କନକ ବ୍ୟୁରୋ : ଆଜି ୧୦ଟି ରାଜ୍ୟର ୪ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ପାଇଁ ହେଉଛି ଉପନିର୍ବାଚନ । ଆଜି ୟୁପିର କୈରାନା, ମହାରାଷ୍ଟ୍ରର ପାଲଘର ଓ ବାନ୍ଦ୍ରା ଗୋଣ୍ଡିଆ, ନାଗାଲାଣ୍ଡ ଲୋକସଭା ଆସନ ପାଇଁ ହେଉଛି ଉପନିର୍ବାଚନ । ସେହିପରି ୟପୁିର ନୁରପୁର, ପଞ୍ଜାବର ଶାହକୋଟ,ବିହାରର ଜୋକିହାଟ, ଝାଡଖଣ୍ଡର ଗୋମିଆ ଓ ସିଲ୍ଲି, କେରଳର ଛେଙ୍ଗାନୁର, ମହାରାଷ୍ଟ୍ରର ପାଲୁସ୍ କୋଡେଗାଓଁ, ମେଘାଳୟର ଅମ୍ପତି, ଉତରାଖଣ୍ଡର ଥରାଲି, ପଶ୍ଚିମବଙ୍ଗର ମାହେଶତାଲା ବିଧାନସଭା ଆସନ ପାଇଁ ହେଉଛି ଭୋଟଗ୍ରହଣ ।

ଏହା ସହିତ କର୍ଣ୍ଣାଟକ ନିର୍ବାଚନରେ ନକଲି ଭୋଟ ପରିଚୟ ପତ୍ର ମିଳିବା ପରେ ସ୍ଥଗିତ ଥିବା ରାଜେଶ୍ୱରୀ ନଗର ପାଇଁ ହେବ ମଧ୍ୟ ମତଦାନ ହେଉଛି । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ୟୁପିର କୈରାନା ବିଜେପି ପାଇଁ ଅଗ୍ନିପରୀକ୍ଷା ବୋଲି କୁହାଯାଉଛି । ଗୋରଖପୁର ଓ ଫୁଲପୁର ଉପନିର୍ବାଚନ ହାରିବା ପରେ ବିଜେପି କୈରାନା ଆସନ ଦଖଲ କରିବା ପାଇଁ ପୂରା କସରତ ଲଗାଇ ଦେଇଛି । ସେହିପରି ମହାରାଷ୍ଟ୍ରର ପାଲଘର ଓ ବାନ୍ଦ୍ରା ଗୋଣ୍ଡିୟା ଲୋକସଭା ଉପନିର୍ବାଚନ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ପାଲଟିଛି । ରାଜ୍ୟରେ ବିଜେପି ଓ ଶିବସେନା ମେଂଟ ସରକାର ଥିବା ସତ୍ୱେ ଉଭୟ ଦଳ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି । ଏହି ଉପନିର୍ବାଚନକୁ ନେ ବିଜେପି ବନାମ ବିରୋଧୀଙ୍କ ମେଂଟ ଚର୍ଚ୍ଚାରେ ରହିଛି ।