ପାନେ ପାଇଲେ ଅମାନିଆ । ମାନିଲେନି କଟକଣା, ୧୦ଟି ଦୋକାନକୁ ସିଲ୍ କଲା ପ୍ରଶାସନ, ୧ ଲକ୍ଷ ୧୫ହଜାର ୭୯୦ଟଙ୍କା ଜୋରିମାନା ଆଦାୟ ।

288

କନକ ବ୍ୟୁରୋ : କରୋନା ସଂକ୍ରମଣରେ ବ୍ରେକ ଲଗାଇବାକୁ ଚାଲିଛି ୧୪ ଦିନିଆ ଲକଡାଉନ । କିଛି ଅମାନିଆ କଟକଣା ନ ମାନି ଦୋକାନ ଖୋଲିଥିବାରୁ ଚଢ଼ଉ କରିଛି ଆରଏମସି ଓ ପୁଲିସ ଏନଫୋର୍ସମେଣ୍ଟ ଟିମ । ଛେଣ୍ଡ ଭିଏସଏସ ମାର୍କେଟରେ ୫ଟି, ସେକ୍ଟର–୧୯ ଇସ୍ପାତ ମାର୍କେଟରେ ୪ଟି ଓ ରାଉରକେଲା ମୁଖ୍ୟ ବଜାରରେ ଗୋଟିଏ ଏମିତି ମୋଟ ୧୦ଟି ଦୋକାନ ସିଲ କରିଛି ।

ସେମିତି ମାସ୍କ ପିନ୍ଧି ନ ଥିବାରୁ ଅମାନିଆଙ୍କ ଠାରୁ ପୁଲିସ ୧ ଲକ୍ଷ ୧୫ ହଜାର ୭୯୦ଟଙ୍କା ଜରିମାନା ଆଦାୟ କରିଛି ପୁଲିସ । ଓଡ଼ିଶା – ଝାରଖଣ୍ଡ ସୀମାନ୍ତରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ନୂଆଗାଁର ସରୋଡା ଓ ବିଶ୍ରାର ମହିପାଣି ଚେକ ଗେଟରେ ପୁଲିସ ରାଉରକେଲା ଆସୁଥିବା ଗାଡ଼ିଗୁଡ଼ିକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି ।