ଆଜି ଓଡିଶା ଆସୁଛି ୧ ଲକ୍ଷ କରୋନା ଟିକା : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

77

କନକ ବ୍ୟୁରୋ : ରାଜ୍ୟକୁ ଆଜି ଆସିବ କୋଭିସିଲ୍ଡର ୧ଲକ୍ଷ ଡୋଜ । ଟିକା ଅଭାବ ଯୋଗୁଁ ଅଧିକାଂଶ ଟିକାକରଣ କେନ୍ଦ୍ର ବନ୍ଦ କରାଯାଇଥିଲା । ଟିକା ଆସିଲେ ସ୍ୱାଭାବିକ ହେବ ଟିକାକରଣ । ରାଜ୍ୟରେ କୋଭିଡ ଟିକାକରଣ ଜାରି ରହିଛି । ବର୍ତମାନ ରାଜ୍ୟରେ ୧ ଲକ୍ଷ କୋଭିସିଲ୍ଡ ଟିକା ଥିବା ବେଳେ ଆଜି ୧ଲକ୍ଷ ଡୋଜ ଆସିବ ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

୭୬୯ କେନ୍ଦ୍ରରେ ୧ଲକ୍ଷ ୮ହଜାର ୯୦୨ ଜଣଙ୍କୁ ଟିକା ଦିଆଯାଇଛି । ବର୍ତମାନ ସୁଧା ୫୫ ଲକ୍ଷ ୫୦ ହଜାର ୩୮୦ଡୋଜ ଦିଆଯାଇଛି । ସଟ ଡାଉନ ଯୋଗୁଁ ଶନିବାରେ ରବିବାରେ ଟିକାକରଣ ବନ୍ଦ ରହିଥିବା ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଟିକାକରଣ କେନ୍ଦ୍ରକୁ ସାନିଟାଇଜ କରାଯାଉଛି । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଅନବରତ ଟିକାକରଣ ଚାଲିବ ।