ଭୁବନେଶ୍ୱର ବିମାନ ବନ୍ଦରରୁ ମହିଳାଙ୍କ ଠାରୁ ୧ କିଲୋ ସୁନା ଜବତ ।

206

ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମଙ୍ଗଳବାର ପ୍ରାୟ ୧ କିଲୋ ସୁନା ଜବତ ହୋଇଛି । ଦିଲ୍ଲୀରୁ ଆସୁଥିବା ଜଣେ ମହିଳା ଏହି ସୁନା ନେଇ ଆସୁଥିଲେ । ମାତ୍ର ମହିଳା ଜଣକ ବିମାନ ବନ୍ଦରରେ ପହଂଚିବା ପୂର୍ବରୁ ରାଜସ୍ୱ ଗୁଇନ୍ଦା ବିଭାଗକୁ ସୂଚନା ମିଳି ସାରିଥିଲା । ବିଭାଗୀୟ କର୍ମଚାରୀମାନେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।

ସୂଚନା ଅନୁସାରେ ମହାରାଷ୍ଟର ମହିଳା ଜଣକ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବିମାନରେ ଚଢ଼ିଥିଲେ। ସେ ୮ ଖଣ୍ଡ ବିସ୍କୁଟ ସୁନା ସାଥିରେ ନେଇ ଆସିଥିଲେ, ଯାହାର ଓଜନ ୯୫୯ ଗ୍ରାମ ଏବଂ ବଜାର ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ। ମହିଳା ଜଣକ ୧୨୨ ପ୍ୟାକେଟ ସିଗାରେଟ ମଧ୍ୟ ସାଥୀରେ ଆଣିଥିଲେ।

ସୂଚନାଯୋଗ୍ୟ ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ଚଳାଚଳ କରିବା ପରେ ଗତ କିଛି ମାସ ହେବ ସୁନା ତସ୍କରୀ ମାମଲା ଅନେକ ସମୟରେ ଦେଖାଯାଉଛି। ଭାରତୀୟ ବଜାର ତୁଳନାରେ ବ୍ୟାଙ୍କକରେ ସୁନା ଦର କମ ଥିବାରୁ କିଛି ଯାତ୍ରୀ ଫେରିବା ସମୟରେ ସେଠାରୁ ସୁନା ଆଣିବା ପାଇଁ ବିଭିନ୍ନ ପ୍ରକାର ଉପାୟ ବାହାର କରୁଛନ୍ତି।