ଭୂମିକମ୍ପରେ ଥରିଲା ଉତ୍ତର ଭାରତ : ଦିଲ୍ଲୀ-ଏନସିଆରରେ ଭୂକମ୍ପର ତୀବ୍ର ଝଟକା; ଭୟରେ ବାହାରକୁ ବାହାରି ଆସିଲେ ଲୋକେ

160

କନକ ବ୍ୟୁରୋ : ଉତ୍ତର ଭାରତରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ-ଏନସିଆର ସମେତ ପଞ୍ଜାବ, ହରିୟାଣା, ଜାମ୍ମୁକାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଛି । ପ୍ରାୟ ୨ ମିନିଟ ଧରି ଏହାର କମ୍ପନ ଦିଲ୍ଲୀ ଏନସିଆର ଅଞ୍ଚଳରେ ଲୋକେ ଅନୁଭବ କରିଛନ୍ତି । ଲକ୍ଷ ଲକ୍ଷ ଲୋକ ଘର ଖୋଲା ସ୍ଥାନକୁ ପଲାଇ ଆସିଥିବା ଦେଖିବାକୁ ମିଳିଛି । ତେବେ ଜର୍ମାନୀର ରିସର୍ଚ କେନ୍ଦ୍ର ଜିଓସାଇନ୍ସ ଅନୁସାରେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୬ ବୋଲି ଆକଳନ କରାଯାଇଛି ।

ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଫୈଜାବାଦ ହିନ୍ଦୁକୁଶ ପର୍ବତମାଳା ଥିଲା ବୋଲି ଜଣାପଡିଛି । ଜାମ୍ମୁ-କାଶ୍ମୀରରେ ବି ଭୂମିକମ୍ପର ତୀବ୍ରତା ଅନୁଭୂତ ହୋଇଛି । ଭୂମିକମ୍ପ ତୀବ୍ରତାରେ ଲୋକେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ । ଜାମ୍ମୁ-କାଶ୍ମୀରରେ ବି ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୧୦ଟା ୧୭ ମିନିଟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଭାରତ ସମେତ ପାକିସ୍ତାନ, ଚୀନ, ତୁର୍କମେନିସ୍ତାନ, କାଜିଗିସ୍ତାନ, ଉଜବେକିସ୍ତାନ ଓ ତାଜାକିସ୍ତାନରେ ବି ଭୂମିକମ୍ପ ହୋଇଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତିରେ ସୂଚନା ମିଳିନାହିଁ ।