କ୍ୟାନସର ରୋଗୀଙ୍କ ପାଇଁ ଦେବଦୂତ କାସିଦ୍ : ଫୋନ୍ କଲେ ରକ୍ତ ଦେଇ ବଞ୍ଚାଉଛନ୍ତି ଜୀବନ, ପ୍ଲେଟଲେଟ୍ ଦାନ କରିବାରେ ରେକର୍ଡ

999

କନକ ବ୍ୟୁରୋ : ରକ୍ତ ଦାନ ମହାନ ଦାନ । ଯଦି ନିଜ ରକ୍ତ ଦାନ କରି ଅନ୍ୟ ଜଣଙ୍କର ଜୀବନ ବଞ୍ଚାଇ ହେଲା, ଏହାଠାରୁ ବଡ଼ କଥା କ’ଣ । ଆଜି ଏମିତି ବି ଲୋକ ଅଛନ୍ତି, ବିପଦ ଆପଦରେ ଫୋନଟିଏ କଲେ ରକ୍ତ ଦାନ ପାଇଁ ଆଗଭର ହୋଇ ଆସି ପହଞ୍ଚି ଯାଆନ୍ତି । ଠିକ୍ ଏହିପରି ଜଣେ ସୁହୃଦୟ ବ୍ୟକ୍ତି ହେଉଛନ୍ତି ବିଶ୍ୱଜିତ କାସିଦ । ବିଶ୍ୱରେ ସେ ସବୁଠୁ ଅଧିକ ଥର ପ୍ଲେଟଲେଟ୍ ଦାନ କରିଛନ୍ତି । ଏହା ସହ ତାଙ୍କୁ କ୍ୟାସନର ରୋଗୀଙ୍କ ପାଇଁ ଦେବଦୂତ ବୋଲି କୁହାଯାଏ । କାରଣ ଅତି ଗୁରୁତର ରୋଗୀଙ୍କୁ ଗ୍ରାନୁଲୋକାଇଟିସ୍ ଦାନ କରି ସେମାନଙ୍କ ଜୀବନ ବଞ୍ଚାଇଥାନ୍ତି ବିଶ୍ୱଜିତ ।

କ୍ୟାନସର ପାଇଁ ଗୋଟିଏ ନାଁ ‘କାସିଦ’

– ସବୁଠୁ ଅଧିକ ଥର ପ୍ଲେଟଲେଟ୍ ଦାନ କରିବାର ରେକର୍ଡ ବିଶ୍ୱଜିତ କାସିଦଙ୍କ ନାମରେ ରହିଛି
– ସେ ଏଯାଏଁ ୧୮୩ ଥର ପ୍ଲେଟଲେଟ ଦାନ କରିସାରିଲେଣି
– ତାଙ୍କର ବ୍ଲଡ ଗ୍ରୁପ ହେଉଛି ଏବି ନେଗେଟିଭ୍
– କ୍ୟାସନସର ରୋଗୀଙ୍କ ପାଇଁ ତାଙ୍କୁ ଦେବଦୂତ ବୋଲି କୁହାଯାଏ
– ଅତି ଗୁରୁତର କ୍ୟାନସର ରୋଗୀଙ୍କୁ ସେ ୧୨ ଥର ଗ୍ରାନୁଲୋକାଇଟିସ୍ ଦାନ କରିସାରିଛନ୍ତି
– ଭାରତରେ ପ୍ଳେଟଲେଟ୍ ଡୋନେସନ କ୍ୟାମ୍ପେନର ପ୍ରତିଷ୍ଠାତା ଭାବେ କାସିଦଙ୍କୁ ଶ୍ରେୟ ଦିଆଯାଏ
– ବିଶ୍ୱଜିତ କାସିଦ ଦେଶରେ ପ୍ଲେଟଲେଟ ଦାନ ବିଷୟରେ ସଚେତନତା ପାଇଁ ଗୁଡୱିଲ ଆମ୍ବାସଡର ଅଛନ୍ତି
– କାଶିଦ ପେଶାରେ ଜଣେ କମ୍ପ୍ୟୁଟର ଇଞ୍ଜିନୟର
– ଏହା ସହ ସେ ଜଣ ସୁବକ୍ତା
– ପ୍ଲେଟଲେଟ ଡୋନେସନ ପାଇଁ ସଚେତନତା ସୃଷ୍ଟି ପାଇଁ ବିଶ୍ୱର ଅନେକ ଦେଶ ବୁଲିଛନ୍ତି
– ବିଶ୍ୱର ୭ଟି ଦେଶରେ ପ୍ରାୟ ୧ ହଜାର ଭାଷଣ ଦେଇଛନ୍ତି ବିଶ୍ୱଜିତ କାସିଦ
– ୨୦୧୮ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ଜି ଏଚ୍ ସୌରି ପୁରସ୍କାର ପ୍ରଦାନ କରାଯାଇଥିଲା
– ବିଶ୍ୱଜିତ କାସିଦଙ୍କ ଘର ମହାରାଷ୍ଟ୍ରର କୋହ୍ଲାପୁରରେ