ସୁନ୍ଦରଗଡରେ ବାର୍‌ହାକୁ ଧକ୍କା ଦେଇ ପିକ୍‌-ଅପ୍‌ ଓଲଟିଲା; ବାରହା ମୃତ, ୧୬ ଶ୍ରମିକ ଆହତ

44

କନକ ବ୍ୟୁରୋ: ସୁନ୍ଦରଗଡରେ ବାରହାକୁ ଧକ୍କା ଦେଇ ଓଲିଟିଲା ପିକ-ଅପ-ଭ୍ୟାନ । ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି । ହେମଗିରି ଥାନା କନିକା ନିକଟ ଆର୍ଯ୍ୟନ କୋଲୱସରୀ ସମ୍ମୁଖରେ ୧୬ ଶ୍ରମିକଙ୍କୁ ନେଇ ଯାଉଥିବା ପିକ-ଅପ-ଭ୍ୟାନ ସାମ୍ନାକୁ ହଠାତ ଏକ ଜଙ୍ଗଲି ବାରହା ଆସିଯିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ଭ୍ୟାନ ବାରହାକୁ ଧକ୍କା ଦେଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ବାରହା ମୃତ୍ୟୁ ହୋଇଥିବା ବେଳେ ୧୬ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ହେମଗିରି ମେଡିକାଲରେ ଓ ଗୁରୁତରଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଗତକାଲି ସଂଧ୍ୟାରେ ଶ୍ରମିକ ମାନଙ୍କୁ ନେଇ ଘରକୁ ଫେରୁଥିବା ଏକ ପିକ୍‌-ଅପ୍‌ ଗାଡି ରାସ୍ତାରେ ଏକ ବାର୍‌ହା ସହ ଧକ୍କା ଖାଇ ରାସ୍ତା ଉପରେ ଓଲଟି ପଡିବାରୁ ପ୍ରାୟ ୧୬ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ବାର୍ହା‌ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘଟଣାଟି ହେମଗିର କନିକା ମୁଖ୍ୟ ରାସ୍ତାର ଆର୍ଯ୍ୟନ କୋଲୱସରୀ ନିକଟରେ ଘଟିଛି। ପିକ୍-ଅପ୍‌ (ଓଡି୧୬ଜି-୬୬୮୯) ସଧ୍ୟାରେ ଶ୍ରମିକମାନଙ୍କୁ ନେଇ ହେମଗିର ପଟରୁ କନିକା ଆଡକୁ ଆସୁଥିବା ବେଳେ ହଠାତ ଜଙ୍ଗଲ ଭିତରୁ ଏକ ଜଙ୍ଗଲି ବାରହା ଦୌଡ଼ି ରାସ୍ତା ପାରି ହେବା ସମୟରେ ପିକ ଅପ ସହ ଧକ୍କା ହେବାରୁ ଗାଡି ଟି ରାସ୍ତା ଉପରେ ଓଲଟି ପଡିଥିଲା। ଆହତ ମାନଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ଶ୍ରମିକ ରହିଥିବା ବେଳେ ସମସ୍ତଙ୍କୁ ହେମଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।