ଲୋକଙ୍କୁ ମହଙ୍ଗା ପଡିଲା ବିନା ମାସ୍କରେ ସହର ବୁଲିବା: ଗତ ୩ ଦିନରେ ଆଇନ ଖିଲାପକାରୀଙ୍କଠାରୁ ପୋଲିସ ଆଦାୟ କଲାଣି ୫୦ ହଜାରରୁ ଅଧିକ ଟଙ୍କା

ମାଲକାନଗିରିରେ ଚେକିଂ ଜୋରଦାର

167

କନକ ବ୍ୟୁରୋ: ମାସ୍କ ନ ପିନ୍ଧି ଥିବା ସହ ବିନା କାରଣରେ ବାଇକ ଧରି ବୁଲୁ ଥିବାରୁ ୫୦ ହଜାରରୁ ଅଧିକ ଟଙ୍କାର ତଣ୍ଡ ଗଣିଲେ ମାଲକାନଗିରି ସହରବାସୀ । ମାସ୍କ ପିନ୍ଧିବା ନିୟମ କୁ କଡାକଡି ଭାବେ ପାଳନ କରୁଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲା ର ବିଭିନ୍ନ ସ୍ଥାନରେ ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ମାନେ ପିକେଟିଙ୍ଗ କରି ମାସ୍କ ନପିନ୍ଧିବା ବ୍ୟକ୍ତିଙ୍କ ଠାରୁ ୨୦୦ ଟଙ୍କା ଲେଖାଏଁ ତଣ୍ଡ ଆଦାୟ କରୁଛି ପୁଲିସ ଓ ପ୍ରଶାସନିକ ଅଧିକାରୀ । ଗତ ୩ ଦିନରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ୫୦ ହଜାରରୁ ଅଧିକ ଟଙ୍କାର ତଣ୍ଡ ଆଦାୟ କରି ରେଡ କ୍ରସ ପାଣ୍ଠୀରେରେ ଜମା କରି ଥିବା ଜଣାପଡିଛି ।