ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ପାଇଁ ୧ ଲକ୍ଷ ୯୨ ହଜାର ୫୫୫ ହିତାଧିକାରୀ ଚିହ୍ନଟ : ଭୁବନେଶ୍ୱରରେ ୬ଟି କେନ୍ଦ୍ରରେ ଦିଆଯିବ ଟିକା

ଭୁବନେଶ୍ୱରରେ କୋଭାକ୍ସିନ, ଅନ୍ୟ ସବୁଠି ଦିଆଯିବ କୋଭିସିଲ୍ଡ ଟିକା

68

କନକ ବ୍ୟୁରୋ : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପହଂଚିସାରିଛି ଦୁଇଟି ଟିକା । କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ମିଶାଇ ରାଜ୍ୟର ୩୨ଟି କେନ୍ଦ୍ରକୁ ପଠାଇ ଦିଆଯାଇଛି । ଆଜି ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଛି । କାରଣ ଉଭୟ ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ ସମୂହ ଟିକାକରଣ ଏକ ବଡ ଆହ୍ୱାନ ।

– ରାଜ୍ୟର ୧୬୧ଟି କେନ୍ଦ୍ରରେ ହେବ ପ୍ରଥମପର୍ଯ୍ୟୟ କୋଭିଡ ଟିକାକରଣ
– ମୋଟ୍ ୧ ଲକ୍ଷ ୯୨ ହଜାର ୫୫୫ ଜଣ ହିତାଧିକାରୀ ଚିହ୍ନଟ ହୋଇଛନ୍ତି
– ଭୁବନେଶ୍ୱର ବ୍ୟତୀତ ଅନ୍ୟ ସବୁଠି ଦିଆଯିବ କୋଭିସିଲ୍ଡ ଟିକା
– କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦେବାକୁ ସ୍ଥିର ହୋଇଛି
– ଏମ୍ସକୁ ମିଶାଇ ରାଜଧାନୀ ଭୁବନେଶ୍ୱରରେ ୬ଟି କେନ୍ଦ୍ରରେ ଟିକା ଦିଆଯିବ