ଟିଟିଲାଗଡରେ ଏପ୍ରିଲ୍ ମାସର ସର୍ବକାଳୀନ ରେକର୍ଡ : ପାରା ଛୁଇଁଲା ୪୮.୫

243

ତାତଲା ତାୱା ପାଲଟିଛି ଟିଟିଲାଗଡ । ଏପ୍ରିଲ ମାସରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ତାତି । ପାରଦ ଛୁଇଁଛି ୪୮.୫ ଡିଗ୍ରୀ । ଗତ କିଛି ଦିନ ହେଲା ଟିଟିଲାଗଡରେ ତାପାମାତ୍ରା ୪୫ ଡିଗ୍ରୀ ଉପରେ ପାରଦ ରହୁଛି । ଶୁକ୍ରବାର ୪୭.୫, ଶନିବାର ୪୮ ଏବଂ ଆଜି ଏହା ୪୮.୫ ଡିଗ୍ରୀ ହୋଇଛି । ଅସହ୍ୟ ଖରାରେ ସନ୍ତୁଳି ହେଉଛନ୍ତି ସାଧାରଣ ଲୋକ । ଦିନ ରାତି ୨୪ ଘଂଟା ତାତିର ପ୍ରଭାବ ଲାଗି ରହୁଛି । ସୂର୍ଯ୍ୟ ସାମାନ୍ୟ ଉପରକୁ ଉଠୁ ଉଠୁ ଅସହ୍ୟ ହୋଇପଡୁଛି ଖରା । ସାଧାରଣ ଜୀବନଯାତ୍ରା ହୋଇପଡୁଛି ଠପ୍ । ରାସ୍ତାଘାଟ, ଦୋକାନବଜାର ସବୁ ବନ୍ଦ । ଚାରିଆଡେ କେବଳ ଖାଁ ଖାଁ ଲାଗୁଛି । ଏହି ପରିସ୍ଥିତିରେ ଡହଳବିକଳ ହେଉଛନ୍ତି ଲୋକେ ।ତେବେ ୨୬ ଓ ୨୭ରେ କାଳବୈଶାଖୀର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଂଚଳିକ ପାଣି ପାଗ ବିଭାଗ । କାଳବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାରେ  ତାତି ବଢିବ ଓ ଉପକୂଳରେ ଓଡିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ।