ମମିତା ହତ୍ୟା ମାମଲାରେ ଥମୁନି ପ୍ରତିବାଦ : ପରିବାର ଲୋକଙ୍କୁ ଭେଟିଲା କଂଗ୍ରେସ କେନ୍ଦ୍ରୀୟ ଟିମ୍

ଏସଆଇଟି ତଦନ୍ତ ଦାବି କଲେ ସୂର୍ଯ୍ୟେୱାଲା, କହିଲେ, ୯୦ ଦିନରେ ତଦନ୍ତ ଶେଷ କରି ଦୋଷୀଙ୍କୁ ଦିଆଯାଉ ଫାଶୀ; ମନ୍ତ୍ରୀଙ୍କୁ କରାଯାଉ ବହିଷ୍କାର

136

କନକ ବ୍ୟୁରୋ : ମମିତାଙ୍କ ନିଜ ଗାଁ ବଲାଙ୍ଗୀରର ଝରଣୀରେ ନମିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରତିନିଧି ଦଳ । ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିବା ସହ ଏସଆଇଟି ତଦନ୍ତ ପାଇଁ ଦାବି କରିଛି ଦଳ । ଦଳର ବରିଷ୍ଠ ନେତା ରଣଦୀପ ସୂର୍ଯ୍ୟେବାଲା କହିଛନ୍ତି ନ୍ୟାୟ ନମିଳିବା ଯାଏଁ କଂଗ୍ରେସ ଲଢେଇ ଜାରି ରଖିବ । ପରିବାରକୁ ଏକ କୋଟି ଟଙ୍କାର ସହାୟତା ସହ ଭାଇକୁ ସରକାରୀ ଚାକିରୀ ଦେବାକୁ ସେ ଦାବି କରିଛନ୍ତି ।

୯୦ ଦିନ ଭିତରେ ନମିତା ହତ୍ୟା ଘଟଣାର ତଦନ୍ତ ଶେଷକରି ଦୋଷୀଙ୍କୁ ଫାଶୀ ଦେବାକୁ କଂଗ୍ରେସ ଦାବି କରିଛି । ପୁଲିସ କଣ ପାଇଁ ଏଫଆଇଆର ରୁଜୁ କରିନଥିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ଟିମ ଗଠନ କରାଯାଇ ଘଟଣାର ତଦନ୍ତ କରିବାକୁ କଂଗ୍ରେସ କହିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ପାଇଁ ବି ଦାବି କରିଛି କଂଗ୍ରେସ । ମମିତାଙ୍କ ଗାଁକୁ ଯାଇଥିବା କଂଗ୍ରେସର ଏହି ପ୍ରତିନିଧି ଦଳରେ କେନ୍ଦ୍ରୀୟ ନେତା ରଣଦୀପ ରଣଦୀପ ସୁର୍ଯ୍ୟେବାଲା, ଓଡିଶା ପ୍ରଭାରୀ, ଚେଲ୍ଲା କୁମାର ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ସାମିଲ ହୋଇଥିଲେ ।