ବାତ୍ୟା ନେଇ ନବୀନଙ୍କ ସହ କଥା ହେଲେ ମୋଦୀ: କହିଲେ ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ

108

କନକ ବ୍ୟୁରୋ: ବାତ୍ୟା ପରିସ୍ଥିତି ନେଇ ନବୀନଙ୍କ ସହ କଥା ହେଲେ ମୋଦୀ । ଟ୍ୱିଟ କରି କଥା ହୋଇଥିବା ନେଇ ଦେଲେ ସୂଚନା । ମୋଦୀ ଟ୍ୱିଟ କରି ଲେଖିଛନ୍ତି, ବିପତ୍ତି ସାମ୍ନା କରିବାକୁ ସମସ୍ତ ସହଯୋଗ କରିବାକୁ ଆଶ୍ୱସ୍ତ କରିଛି । ସମସ୍ତ କୁଶଳ ମଙ୍ଗଳ ଓ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି । ତେବେ ଏହାପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇସାରିଛନ୍ତି ପ୍ରଧାନମନ୍ତ୍ରୀ ।

ସମୁଦ୍ରରୁ ଧିରେ ଧିରେ ଗୋପାଳପୁରର ନିକଟତର ହେଉଛି ବାତ୍ୟା ଗୁଲାବ । ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ-ପୂର୍ବ ଦିଗକୁ ୧୦୦ କିଲୋମିଟର ଦୂରରେ ରହିଛି ବାତ୍ୟା । ସେହିପରି କଳିଙ୍ଗପଟନମର ପୂର୍ବ ଉତର-ପୂର୍ବ ଦିଗକୁ ୧୦୫ କିଲୋମିଟର ଦୂରରେ ରହିଛି ଗୁଲାବ । ସମୁଦ୍ରରେ ଏବେ ୩ ଘଂଟା ହେଲା ୨୪ କିଲୋମିଟର ବେଗରେ ଉତରପଶ୍ଚିମ ଦିଗରେ ବାତ୍ୟା ଉପକୂଳ ମୁହାଁ ହେଉଛି ।