ବସଷ୍ଟାଣ୍ଡରୁ ଚୋରୀ ହୋଇଗଲା ବସ୍! ଦାସ ନାମକ ଏକ ଯାତ୍ରୀବାହୀ ବସ୍ ବରମୁଣ୍ଡ ବସଷ୍ଟାଣ୍ଡରୁ ଚୋରି ହୋଇଥିବା ଅଭିଯୋଗ

71

କନକ ବ୍ୟୁରୋ: ବରମୁଣ୍ଡା ବସଷ୍ଟାଣ୍ଡରୁ ବସ୍ ଚୋରୀ । ଦାସ ନାମକ ଏକ ଯାତ୍ରୀବାହୀ ବସ୍ ବରମୁଣ୍ଡ ବସଷ୍ଟାଣ୍ଡରୁ ଚୋରି ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଏତଲା କରିଛନ୍ତି , ବସ୍ ମାଲିକ କେଦାର ଦାସ । ଏହି ମାମଲାରେ ଖଣ୍ଡଗିରି ଥାନା ପୋଲିସ ତଦନ୍ତ କରୁଛି । ବସ୍ କିଏ କେଉଁଆଡେ ଚୋରି କରି ନେଇଛି ସେ ନେଇ ପୋଲିସ କୌଣସି ସୂଚନା ପ୍ରଦାନ କରିନାହିଁ । ବରମୁଣ୍ଡା ପରି ବ୍ୟସ୍ତବହୁଳ ବସଷ୍ଟାଣ୍ଡରୁ , ଯାତ୍ରୀ ବାହୀ ବସ୍ ଚୋରି ହେବା , ବସ୍ ମାଲିକଙ୍କୁ ଚିନ୍ତାରେ ପକାଇଛି ।