କନକବ୍ୟୁରୋ:ନବୀନ ନିବାସରେ ବରିଷ୍ଠ ବିଜେଡି ନେତା । ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ଉଷା ଦେବୀ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କରିଛନ୍ତି । କିଛି ସମୟରେ ଧରି ନବୀନଙ୍କ ସହ ଆଲୋଚନା କରିଥିଲେ । ସାଂଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିବା କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ସେହିପରି ବିଜେଡିର ଏଭଳି ବିପର୍ଯ୍ୟୟ ହେବ ବୋଲି ଆଶା କରିନଥିବା କହିଛନ୍ତି ଉଷା ଦେବୀ । ସେହିପରି ରଘୁନାଥ ମହାନ୍ତି ଓ ତାଙ୍କ ପୁଅ ରାଜାଶ୍ରୀ ମହାନ୍ତି ମଧ୍ୟ ନବୀନ ନିବାସରେ ପହଂଚିଛନ୍ତି ।