ନଦୀକୁ ଡେଇଁ ଜୀବନ ହାରିଲେ ଯୁବତୀ । ବୁର୍ଲା ନିକଟସ୍ଥ ମହାନଦୀ ପୋଲରୁ ଡେଇଁପଡି ଯୁବତୀଙ୍କ ଆତ୍ମହତ୍ୟା

173

କନକ ବ୍ୟୁରୋ: ମହାନଦୀ ପୋଲ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କଲେ ଯୁବତୀ । ବୁର୍ଲା ନିକଟସ୍ଥ ମହାନଦୀ ପୋଲରୁ ହଠାତ୍ ଯୁବତୀ ଜଣକ ଡେଇଁପଡିଥିଲେ । ଖବର ପାଇ ବୁର୍ଲା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ପୋଲ ତଳୁ ଯୁବତୀଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ତୁରନ୍ତ ଯୁବତୀଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ ।