ଟୋକିଓ ଅଲିମ୍ପିକ୍ସରୁ ଭାରତକୁ ଆଉ ଏକ ମେଡାଲ : ସେମି ଫାଇନାଲରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକ ଆଣିଲେ ବକ୍ସର ଲଭଲିନା

190

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରୁ ଦେଶକୁ ଆସିଲା ଆଉ ଏକ ମେଡାଲ । ବ୍ରୋଞ୍ଜ ମେଡାଲ ଜିତିଲେ ବକ୍ସର ଲଭଲିନା ବୋର୍ଗୋହେଁ । ସେମିଫାଇନାଲରେ ଲଭଲିନା ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ତୁର୍କୀ ପ୍ରତିଯୋଗୀଙ୍କୁ ଠାରୁ ପରାସ୍ତ ହୋଇଛନ୍ତି ଲଭଲିନା । ତିନିଟି ରାଉଣ୍ଡରେ ହାରିଯାଇଥିଲେ ଲଭଲିନା । ହାରିଯାଇଥିଲେ ମଧ୍ୟ ବ୍ରୋଞ୍ଜ ପଦକ ପାଇଁ ଇତିହାସ ସୃଷ୍ଟି କରିଛନ୍ତି । ୬୯ କିଲୋଗ୍ରାମ୍ ବର୍ଗରେ ମେଡାଲ ଜିତିବାରେ ଲଭଲିନା ହେଉଛନ୍ତି ପ୍ରଥମ ମହିଳା ବକ୍ସର । ସାରା ଦେଶର ନଜର ରହିଥିଲା ଲଭଲିନାଙ୍କ ଇଭେଂଟ ଉପରେ ।

ଆସାମର ଝିଅ ଲଭଲିନାଙ୍କ ଇଭେଂଟ ଦେଖିବା ପାଇଁ ଆସାମରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସେମିଫାଇନାଲ ଦେଖିବା ପାଇଁ ଗୌହାଟୀ ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ବିଧାନସଭାରେ ସମସ୍ତ ବିଧାୟକ ଏକାଠି ହୋଇ ଲଭଲିନାଙ୍କ ଇଭେଂଟ ଦେଖିଥିଲେ । ଲଭଲିନା ବ୍ରୋଞ୍ଜ ପଦକ ଜିତିବା ସହ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩ରେ ପହଂଚିଛି । ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଥିବା ବେଳେ ପି.ଭି ସିନ୍ଧୁ ଓ ଲଭଲିନା ପାଇଛନ୍ତି ବ୍ରୋଞ୍ଜ ପଦକ ।