ଜଳ ପାଇଁ ସତ୍ୟାଗ୍ରହ । କେନ୍ଦ୍ରାପଡାରେ ଖରସ୍ରୋତା ନଦୀ ଜଳ ବିବାଦ ନେଇ ମହିଳାଙ୍କ ଜଳ ସତ୍ୟାଗ୍ରହ

66

କନକ ବ୍ୟୁରୋ: କେନ୍ଦ୍ରାପଡାରେ ଖରସ୍ରୋତା ନଦୀ ଜଳ ବିବାଦ ନେଇ ମହିଳାମାନେ ଜଳ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି । ଏହି ମହିଳା ବରୁଣଡିଆ ଖରସ୍ରୋତା ନଦୀତୁଠରେ ନଦୀକୁ ବନ୍ଦାପନା କରିବା ସହ ପାଣି ଭିତରେ ରହି ଜଳ ସତ୍ୟାଗ୍ରାହ କରିଛନ୍ତି । ସେମାନଙ୍କ କହିବା କଥା ହେଲା, ପାଣି ଭଦ୍ରକ ଜିଲ୍ଲାକୁ ଗଲେ ସେମାନଙ୍କ ଜୀବନଜୀବିକା ଚାଲିଯିବ । ସରକାର ପ୍ରକଳ୍ପକୁ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି । ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଖରସ୍ରୋତା ନଦୀର ପାଣି କେନ୍ଦ୍ରାପଡା ଆଳି ଅଂଚଳରୁ ଭଦ୍ର୍ରକ ଜିଲ୍ଲାକୁ ଯିବ । ଏହାକୁ ବିରୋଧ କରୁଛି ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ।