କ’ଣ କଲେ ଚେନ୍ନାଇ ସୁପର କିଙ୍ଗସ୍ ପ୍ଲେ ଅଫରେ ପ୍ରବେଶ କରିପାରିବ । ଜାଣନ୍ତୁ କ’ଣ କହୁଛି ଅଙ୍କ ?

1,511

କନକ ବ୍ୟୁରୋ : ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଇତିହାସର ସଫଳତମ ଟିମ୍ । ୮ ଥର ଫାଇନାଲ, ୩ ଥର ଟାଇଟଲ ଓ ଏହାକୁ ମିଶାଇ ପ୍ରତିଥର ପ୍ଲେ ଅଫରେ ପ୍ରବେଶ କରିଛି ଚେନ୍ନାଇ । ଦୁଇ ବର୍ଷ ନିଲମ୍ବନ ବର୍ଷକୁ ଛାଡିଦେଲେ ଚେନ୍ନାଇର ପ୍ରଦର୍ଶନ ବେଶ ଭଲ ରହିଛି । ହେଲେ ଚଳିତ ବର୍ଷ ଟିମର ପ୍ରଦର୍ଶନ ଫ୍ୟାନମାନଙ୍କୁ ନିରାଶ କରିଛି । ପ୍ରଥମ ଥର ପାଇଁ ପଏଣ୍ଟ ଟେୁବଲର ତଳେ ରହିଛି ଚେନ୍ନାଇ ।

ପ୍ଲେ ଅଫ ଖେଳିବାରେ ଚେନ୍ନାଇ କରିପାରିବ କି ଚମତ୍କାର । ଚେନ୍ନାଇ ପାଖରେ ପ୍ଲେ ଅଫରେ ପ୍ରବେଶ କରିବାର ସୁଯୋଗ ଅଛି ବୋଲି କହିଲେ ଚଳିବ । କାରଣ ଚେନ୍ନାଇ ଆଗକୁ ଆଉ ୪ଟି ମ୍ୟାଚ ଖେଳିବ । ସେଥିରେ ସବୁ ମ୍ୟାଚରେ ଚେନ୍ନାଇକୁ ଜିତିବାକୁ ହେବ । ଏହି ସବୁ ମ୍ୟାଚରେ ଯଦି ଚେନ୍ନାଇ ଜିତୁଛି ତେବେ ଚେନ୍ନାଇ ୧୪ ପଏଣ୍ଟରେ ପହଞ୍ଚି ଯିବ । ଅନ୍ୟ ପକ୍ଷରେ ନିଜ ରନ୍୍ ରେଟରେ ମଧ୍ୟ ଚେନ୍ନାଇକୁ ସୁଧାର ଆଣିବାକୁ ପଡିବ । ବର୍ତ୍ତମାନ ଚେନ୍ନାଇ -୦.୪୬୩ ପଏଣ୍ଟରେ ରହିଛି ।

ଏହାସହ ଚେନ୍ନାଇ ପ୍ଲେଅଫକୁ ଯିବା ପାଇଁ ଅନ୍ୟ ଦଳ ଉପରେ ନିର୍ଭର କରୁଛି । ଯଦି କୋଲକାତା, ପଞ୍ଜାବ ଓ ରାଜସ୍ଥାନ ତାଙ୍କ ବାକି ମ୍ୟାଚ ତକ ହାରିଯାଆନ୍ତି ତେବେ ଚେନ୍ନାଇର ପ୍ଲେ ଅଫ ସୁଯୋଗ ଆହୁରି ବଢିଯିବ ।

ଏଥର ଚେନ୍ନାଇ ଉଭୟ ବ୍ୟାଟିଂ ଓ ବୋଲିଂ ଦୁର୍ବଳ ରହିଥିବା ନଜର ଆସିଛି । କେବଳ ଫାଫ ଡୁପ୍ଲେସିସ ୧୦ଟି ମ୍ୟାଚରୁ ୩୭୫ ରନ, ସେହିପରି ଦିପକ ଚହର ଓ ସାମ କୁରାନ ୧୦ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ହେଲେ ଦଳର ଅନ୍ୟ ଖେଳାଳି ମାନେ ସଂପୂର୍ଣ୍ଣ ବିଫଳ ପ୍ରଦର୍ଶନ କରିଛନ୍ତି । ଦଳକୁ ପ୍ଲେ ଅଫରେ ଯୋଗ୍ୟତା ହାସଲ କରିବାକୁ ହେଲେ କିଛି ଚମକ୍ରାର କରିବାକୁ ହେବ । ତେବେ ଯାଇ ଦଳ ପ୍ଲେ ଅଫ ଖେଳିପାରିବ ।

ଗତ ବର୍ଷର ଅଙ୍କ ମଧ୍ୟ କିଛି ଏମତି କହୁଛି । ଗତ ବର୍ଷ ମୁମ୍ବାଇ, ଚେନ୍ନାଇ ଓ ଦିଲ୍ଲୀ ସମାନ ୧୮ ପଏଣ୍ଟ ପାଇ ସିଧାସଳଖ ପ୍ଲେ ଅଫରେ ପ୍ରବେଶ କରିଥିଲେ । ମାତ୍ର ୧୨ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହି ହାଇଦ୍ରାବାଦ ଯୋଗ୍ୟତା ହାସଲ କରିଥିଲା । ସେହିପରି ସମାନ ୧୨ ପଏଣ୍ଟ ପାଇ କୋଲକାତା ଓ ପଞ୍ଜାବ ଦୌଡରୁ ବାଦ ପଡିଥିଲେ । କାରଣ ଥିଲା ଦୁର୍ବଳ ରନରେଟ୍୍ । ଠିକ ସେହପରି ଚଳିତ ବର୍ଷ ବାକି ୪ଟି ମ୍ୟାଚରେ ଯଦି ଚେନ୍ନାଇ ଚମକ୍ରାର ପ୍ରଦର୍ଶନ କରେ ତେବେ ପ୍ଲେଅଫ ଖେଳିବା ନିଶ୍ଚିତ ହୋଇଯିବ ।