ଉତ୍ତରାଖଣ୍ଡ ପରେ ବଦଳିବେକି କର୍ଣ୍ଣାଟକ ମୂଖ୍ୟମନ୍ତ୍ରୀ । ୟେଦୁୟେରପ୍ପା ଇସ୍ତଫା ନେଇ ଜୋର ଧରିଲା ଚର୍ଚ୍ଚା

132

କନକ ବ୍ୟୁରୋ : ଉତ୍ତରାଖଣ୍ଡ ପରେ ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି । ଗତକାଲି ଦିଲ୍ଲୀ ଗସ୍ତରେ ଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଜି ବୈଠକ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି । ଏହା ପୂର୍ବରୁ ସେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହ ବି ବୈଠକ କରିଛନ୍ତି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖୁବଶୀଘ୍ର ସେ ତାଙ୍କ ପଦରୁ ଇସ୍ତଫା ଦେଇ ପାରନ୍ତି । ବୟସାଧିକ ଓ ଅସୁସ୍ଥତା କାରଣରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା କଥା ଆଲୋଚନା ହେଉଛି । ହେଲେ ୟେଦୁୟେରପ୍ପା ଏକଥାକୁ ଖଣ୍ଡନ କରିଛନ୍ତି । ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ସେ ଅସୁସ୍ଥତା ଓ ବୟସ ବାବଦରେ ଆଲୋଚନା କରିଥିବା କଥା କୁହାଯାଇଛି ।

ଏଠି ପ୍ରଶ୍ନ ଉଠୁଛି ଯଦି ୟେଦୁୟେରପ୍ପା ତାଙ୍କ ପଦରୁ ଇସ୍ତଫା ଦିଅନ୍ତି ତେବେ କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ? କୁହାଯାଉଛି କି ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ଆଗରେ ରହିଛନ୍ତି ପ୍ରହ୍ଲାଜ ଜୋଶୀ । ସେ ଏବେ ମୋଦୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଦ୍ୱିତୀୟରେ ରହିଛନ୍ତି ବି.ଏଲ ସନ୍ତୋଷ । ସେ ଏବେ ବିଜେପି ରାଷ୍ଟ୍ରୀୟ ସଂଗଠନର ସଦସ୍ୟ ରହିଛନ୍ତି । ଏମାନଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସବେଦୀ, ବିଜେପି ନେତା ମୁର୍ଗେଶ ନିରାଣୀ ବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ରହିଛନ୍ତି ।