ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା : ୨ମୃତ, ୫ଜଣ ନିଖୋଜ , ମାଟିରେ ମିଶିଲା ଭାଙ୍ଗିଲା ଏକାଧିକ ଘର

114

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ପ୍ରତିଶୋଧ ନେଉଛି ପ୍ରକୃତି । ଧାରଚୁଲା ଜିଲ୍ଲାର ଜୁମ୍ମା ଗାଁ ଓ ତପୋବନ ଇଲାକାରେ ବାଦଲ ଫାଟିବାରୁ ୨ ଜଣଙ୍କ ମୃତ୍ୟୁ ହେବା ସହ ୫ଜଣ ମାଟିତଳେ ଚାପିହୋଇଯାଇଥିବା ସୂଚନା ରହିଛି । ବର୍ଷାରେ ଏକାଧିକ ଘର ଭାଙ୍ଗିଯାଇଛି । ଉଦ୍ଧାରକାରୀ ଦଳ ସେଠାରେ ପହଂଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି । ପ୍ରବଳ ବର୍ଷା ଯୋଗୁଁ

ତପୋବନ ଇଲାକାରେ କୃତ୍ରିମ ହ୍ରଦ ସୃଷ୍ଟି ହୋଇଥିବାରୁ ଧାରଚୁଲା ଅଂଚଳରେ ବିପଦ ବଢିବାରେ ଲାଗିଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ।ଉତ୍ତରାଖଣ୍ଡରେ ଗତ କିଛି ଦିନ ଧରି ପ୍ରକୃତି ତାଣ୍ଡବ କରୁଛି । କେତେବେଳେ ବାଦଲ ଫଟା ବର୍ଷା ତ କେତେବେଳେ ଭୂସ୍ଖଳନ ଲୋକଙ୍କ ଧ୍ୟରେ ଭୟ ଖେଳାଇ ଦେଇଛି ।