ଆଜିି ଉତ୍କଳ ଦିବସ ! ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ପୁରିଲା ୮୧ ବର୍ଷ

253

କନକ ବ୍ୟୁରୋ : ଆଜି ଉତ୍କଳ ଦିବସ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ପୁରିଛି ୮୧ ବର୍ଷ । ଆଉ ୮୨ ବର୍ଷରେ ପାଦ ଦେଇଛି ଓଡିଶା । ଭାଷା ଭିତିରେ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିବା ଭାରତର ପ୍ରଥମ ରାଜ୍ୟ ହେଉଛି ଓଡିଶା । ୧୯୩୬ ଏପ୍ରିଲ ପହିଲାରେ ବହୁ ଘାତ ପ୍ରତିଘାତ ମଧ୍ୟରେ ଜନ୍ମ ନେଇଥିଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶ । ଏହି ଦିନକୁ ମନେ ପକାଇବା ପାଇଁ ରାଜ୍ୟବାସୀ ‘ଉତ୍କଳ ଦିବସ’ ରୂପେ ପାଳନ କରିଆସୁଛନ୍ତି । ଉତ୍କଳ ଦିବସ ଅବସରରେ ରାଜ୍ୟ ବ୍ୟାପୀ ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ ।

ଏପଟେ ଗତକାଲିଠାରୁ ସଜେଇ ହୋଇଛି ରାଜଧାନୀ । ରଂଗୀନ ଆଲୋକରେ ସୁସଜ୍ଜିତ ହୋଇଛି ବିଧାନସଭା । ସଚିବାଳୟ ଓ ରାଜ୍ୟ ଅତିଥି ଭବନରେ ବି ଭଳିକି ଭଳି ଆଲୋକମାଳା । ଏଥିସହ କମିଶନରେଟ୍ ପୋଲିସ ଅଫିସ ଓ ପୂର୍ବତଟ ରେଳବାଇ ଅଫିସ ବି ରଂଗୀନ ଆଲୁଅରେ ଝଲସି ଉଠିଛି । ଉତ୍କଳ ଦିବସ ପାଇଁ ରାଜଧାନୀକୁ ସଜାଯାଇଛି । ତେବେ ଚାରିଆଡେ ଦେଖାଦେଇଛି ଉତ୍ସବର ମାହୋଲ ।