ଆଜିଠୁ ଖୋଲିଲା ଶ୍ରୀକ୍ଷେତ୍ରର ସବୁ ମନ୍ଦିର । କୋଭିଡ୍ କଟକଣା ମାନି ଭକ୍ତ କରୁଛନ୍ତି ବାବା ଅଲାରନାଥଙ୍କ ଦର୍ଶନ

52

କନକ ବ୍ୟୁରୋ: ଆଜି ଠାରୁ ଶ୍ରୀଅଲାରନାଥ ଓ ବାଲିହରଚଣ୍ଡୀ ମନ୍ଦିର ମଧ୍ୟ ଭକ୍ତଙ୍କ ପାଇଁ ଖୋଲିବ । ଏନେଇ ବ୍ରହ୍ମଗିରି ତହସିଲଦାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିିତ ହୋଇଥିଲା । ବୈଠକରେ ପୁଲିସ୍ ଅଧିକାରୀଙ୍କ ସମେତ ସେବାୟତ ନିଯୋଗ କର୍ମକର୍ତା ଯୋଗଦେଇଥିଲେ । କୋଭିଡ ନିୟମ ସହ କିପରି ଭକ୍ତ ଶୃଂଖଳିତ ଦର୍ଶନ କରିପାରିବେ ଏନେଇ ପୁଂଖାନୁପୁଂଖ ଭାବେ ଆଲୋଚନା ହୋଇଥିଲା । ତେବେ ଡିସେମ୍ବର ୩୧ ତାରିଖ ଓ ନୂଆ ବର୍ଷ ଦିନ ଅଲାରନାଥ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ସେହିପରି ଡିସେମ୍ବର ୨୫, ଡିସେମ୍ବର ୩୧ ଓ ନୂଆ ବର୍ଷ ଦିନ ବାଲି ହରଚଣ୍ଡି ମନ୍ଦିର ବନ୍ଦ ରହିବ ବୋଲି ସୂଚନା ମିଳିଛି ।