‘ଅଳସୀ’ ଡାକୁଛି ଆ… କୁହୁଡିର ଚାଦର ପିନ୍ଧି କୋରାପୁଟ ଛାତିରେ ଝୁଲିଝୁଲି ଶୀତୁଆ ସକାଳର ସୂର୍ଯ୍ୟ ପହୁଁଛି ଅଳସୀ ଫୁଲ । ପ୍ରକୃତିର ହଳଦୀ ରଙ୍ଗ ଦେଖି ହୃଦୟ ହେଉଛି ଚୋରି…

284

କନକ ବ୍ୟୁରୋ: ସକାଳର କୁହୁଡି ସାଙ୍ଗକୁ ସବୁଜିମାରେ ଭରା ପାହାଡ । ଆଉ ଅଳସୀ ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ ପଯ୍ୟଟକଙ୍କୁ ମତୁଆଲା କରୁଛି । ପଯ୍ୟଟକ ହୁଅନ୍ତୁ କି ପଥଚାରୀ । ସମସ୍ତଙ୍କ ଆଳସ୍ୟକୁ ଦୂର କରି ଆନମନା କରୁଛି ଅଳସୀ ଫୁଲର ଅପୂର୍ବ ସମ୍ଭାର ।

ମୁଁ ଅଳସୀ, ଅନ୍ୟଙ୍କ ଆଳସ୍ୟ ଭାଙ୍ଗେ, ଦେଖଣାହାରୀଙ୍କୁ ଆନମନା କରେ… କବିଙ୍କୁ ଭାବୁକ କରେ.. ପାହାଡ ଉପରେ ଅଳସୀ ଫୁଲର ଅପୂର୍ବ ସମ୍ଭାର ପଯ୍ୟଟକଙ୍କୁ ଆକୃଷ୍ଟ କରେ । ଧରାରେ ଶୀତୁଆ ସକାଳର କୁହୁଡି ବୋଳା ଚାଦର ଆଉ ଉପରେ ନୀଳ ଆକାଶ । ଏହାରି ଭିତରେ ସବୁଜିମା ଭରା ପାହାଡ ମଝିରେ ଅଳସୀ ଫୁଲର ସମ୍ଭାର । ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ ପୁରା ପରିବେଶକୁ ମତୁଆଲା କରୁଛି । ଆଉ କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶକୁ ଉପଭୋଗ କରିବାକୁ ଆସୁଥିବା ପର୍ଯ୍ୟଟକ ନିଜ କ୍ୟାମେରାରେ ଫୁଲେଇ ଅଳସୀ ଫୁଲର ସୌନ୍ଦଯ୍ୟକୁ କଏଦ କରୁଛି ।

କୋରାପୁଟର ପ୍ରାକୃତିକ ସୌନ୍ଦଯ୍ୟ ଓ ପରିବେଶ ବର୍ଷ ତମାମ ପଯ୍ୟଟକଙ୍କୁ ଆକୃଷ୍ଟ କରେ । କିନ୍ତୁ ଶୀତ ଦିନ ଆହୁରି ଅଧିକ ସୁନ୍ଦର ଦେଖାଯାଏ । କୋରାପୁଟର ଏହି ଅପୂର୍ବ ସୌନ୍ଦଯ୍ୟ ଆଉ ଏ ଅଳସୀ ଫୁଲ କବି ଓ ଲେଖକଙ୍କୁ ଶବ୍ଦ ଯୋଗାଏ । କଳାକାର ଟିଏ ପାଇଁ କିଛି ନୂଆ ଚିନ୍ତା କରିବାର ବାଟ ଦେଖାଇଥାଏ ।