ଏଣିକି ଡ୍ରୋନରେ ଫୁଡ ଡେଲିଭରି କରିବ ଜୋମାଟୋ : ଉଡି ଉଡି ଅଳ୍ପ ସମୟରେ ଆପଣଙ୍କ ପାଖରେ ପହଂଚିବ ଖାଦ୍ୟ

159

ଅନଲାଇନ ଅର୍ଡର ଓ ଫୁଡ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ଡ୍ରୋନ ଜରିଆରେ ଖାଦ୍ୟ ଡେଲିଭରି କରିବାକୁ ଘୋଷଣା କରିଛି । କମ୍ପାନୀ ତରଫରୁ କୁହାଯାଇଛି କି ଡ୍ରୋନ୍ ଡେଲିଭରି ଟେକନୋଲୋଜିର ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ପରୀକ୍ଷଣ ପାଇଁ ଜୋମାଟୋ ଏକ ହାଇବ୍ରିଡ୍ ଡ୍ରୋନର ବ୍ୟବହାର କରିଛି । ଏହା ମାଧ୍ୟମରେ ୫ କିମିର ଦୂରତା ୧୦ ମିନିଟରେ ପହଂଚାଯାଇପାରିବ । ଏହାର ସର୍ବାଧିକ ବେଗ ୮୦ କିମି ପ୍ରତି ଘଣ୍ଟା ହେବ । କମ୍ପାନୀ ଡ୍ରୋନରୁ ଫୁଡ୍ ଡେଲିଭରି କାମର ଆରମ୍ଭ ଗ୍ରାହକଙ୍କ ପାଖକୁ କମ୍ ସମୟରେ ଖାଦ୍ୟ ପହଂଚାଇବା ପାଇଁ କରିଛି ।

ଏହି ଡ୍ରୋନ୍ ଜମାଟୋ ତରଫରୁ ଲଖନଉ ସ୍ଥିତ ଡ୍ରୋନ୍ ଷ୍ଟାର୍ଟଅପ୍ ଟେକ୍ ଇଗଲକୁ କିଣିବାର ଗୋଟିଏ ମାସ ପରେ ଆସିଛି । ଟେକ୍ ଇଗଲ ଯେଉଁ ୟୁଏଭି ତିଆରି କରିଛି, ତାହା ଏକ ହାଇବ୍ରିଡ ଏୟାରକ୍ରାଫ୍ଟ । ଡ୍ରୋନ୍ ଜରିଆରେ ଫୁଡ ଡେଲିଭରି କରିବାର ସମୟ କମ୍ ହୋଇଯିବା ବ୍ୟତୀତ ପ୍ରଦୂଷଣ ଓ ଟ୍ରାଫିକ ସମସ୍ୟାରୁ ମଧ୍ୟ ଆଶ୍ୱସ୍ଥି ମିଳିବ । ଜୋମାଟୋ କହିବା ମୁତାବକ, ଡ୍ରୋନ୍ ଡିଜିସିଏର ଗାଇଡଲାଇନ ଅନୁସାରେ କାମ କରିବ । ଡ୍ରୋନର ପରୀକ୍ଷଣ ସରିଛି । ସାରା ଦୁନିଆର କମ୍ପାନୀ ଡ୍ରୋନରେ ଡେଲିଭରି ପାଇଁ କାମ କରୁଛି । ଏହାପୂର୍ବରୁ ଇ-କମର୍ସ କମ୍ପାନୀ ଆମାଜନ୍ ମଧ୍ୟ ଡ୍ରୋନ୍ ମାଧ୍ୟମରେ ସାମଗ୍ରୀ ଡେଲିଭରି କରିବାର ଘୋଷଣା କରିସାରିଛି ।