ଫୁଟବଲ ଖେଳି ଥକିଗଲେ ମାହି ! ଷ୍ଟାଡିୟମ ଭିତରେ ପାଣି ପିଆଇଲେ ଝିଅ ଜିଭା, ଭିଡ଼ିଓ ହେଲା ଭାଇରାଲ

89

ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଓ ଟେଷ୍ଟ ସିରିଜ ହାତେଇବା ପରେ ଟିମ୍ ଇଣ୍ଡିଆ ଏବେ ବିନ୍ଦାସ ମୁଡରେ । ଟିମ୍ ଇଣ୍ଡିଆର ଅଧିକାଂଶ ଖେଳାଳି ଫୁଟବଲ ଖେଳିବାକୁ ଭଲ ପାଉଥିବା ଆପଣ ନିଶ୍ଚୟ ଜାଣିଥିବେ । ଏହାର ଝଲକ ଗତକାଲି ମଧ୍ୟ ଦେଖିବାକୁ ମିଳିଥିଲା । ଗତକାଲି ମୁମ୍ବାଇର ଅନେ୍ଧରୀ ସ୍ପୋଟ୍ସ କମପ୍ଲେକ୍ସରେ କ୍ରିକେଟର ଓ ବଲିଉଡ ଅଭିନେତାଙ୍କ ମଧ୍ୟରେ ଏକ ଚ୍ୟାରିଟି ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ କୋହଲୀଙ୍କ ଟିମ୍ ଅଲ ହାର୍ଟ ଏଫସି ଓ ରଣବୀରଙ୍କ ଟିମ୍ ଅଲ ଷ୍ଟାର୍ସ ଏଫସି ମଧ୍ୟରେ ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ବିରାଟଙ୍କ ଟିମ୍ ରଣବୀରଙ୍କ ଟିମକୁ ୭-୩ ଗୋଲରେ ମାତ୍ ଦେଇଥିଲା । କିନ୍ତୁ ମ୍ୟାଚ ସମୟରେ ଧୋନିଙ୍କ ଝିଅ ଜିଭା ଉପରେ ସମସ୍ତଙ୍କ ନଜର ଥିଲା ।

 

ବିରାଟଙ୍କ ଟିମ୍ ତରଫରୁ ଭାରତର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଜବରଦସ୍ତ ପ୍ରର୍ଦଶନ କରିଥିଲେ । ଏହି ମ୍ୟାଚରେ ୨ଟି ଗୋଲ ଦେଇଥିଲେ ଧୋନି । କିନ୍ତୁ ଷ୍ଟାଡିୟମ ଭିତରେ ଅଲ ହାର୍ଟ ଏଫସି ଟିମର ସମର୍ଥକ ଜିଭା ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁପାରିଥିଲେ । ମ୍ୟାଚ ଶେଷ ହେବା ପରେ ଜିଭା ପାଣି ବୋତଲ ଧରି ପଡିଆ ଭିତରକୁ ଯାଇଥିଲେ । କେହି କିଛି ବୁଝିବା ଆଗରୁ ଧୋନିଙ୍କୁ ପାଣି ପିଆଇଥିଲେ । ଫୁଟବଲ ଖେଳି ସାରି ଧୋନି ମଧ୍ୟ ଥକି ଯାଇଥିଲେ । ତେଣୁ ଝିଅ ଜିଭାର ହାତରୁ ପାଣି ପିଇ ନିଜ ଶୋଷ ମେଣ୍ଟାଇଥିଲେ ଧୋନି । ଜିଭାଙ୍କ ଏହି କାରନାମା ଦର୍ଶକଙ୍କୁ ବେଶ ଆମୋଦିତ କରିଥିଲା ।
ମ୍ୟାଚ ସମୟରେ ଷ୍ଟାଡିୟମ ଭିତରେ ଫୁଟବଲ ଖେଳୁଥିବାର ନଜରକୁ ଆସିଥିଲେ ଜିଭା । ଜିଭାଙ୍କ ଖେଳ ଦେଖି ଦର୍ଶକ ମଧ୍ୟ ବେଶ ମଜା ନେଇଥିଲେ । ଏହି ମ୍ୟାଚରେ ଦୁଇଟି ଗୋଲ କରିଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଆୱାର୍ଡ ଦିଆଯାଇଥିଲା । ସେହିଭଳି ବିରାଟ କୋହଲିଙ୍କୁ ବିଜୟୀ ଟ୍ରଫି ଓ ଅଭିଷେକ ବଚ୍ଚନଙ୍କୁ ରନର୍ସ ଅପ ଟ୍ରଫି ଦିଆଯାଇଥିଲା ।