ରୁଟି ବେଲିଲେ ମାହିଙ୍କ ଲାଡଲୀ ଜିଭା ! ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

6

ସୋସିଆଲ ମିଡିଆରେ ଏବେ ସେଲିବ୍ରିଟି ପାଲଟିଛନ୍ତି ଧୋନିଙ୍କ ଝିଅ ଜିଭା । ଇନଷ୍ଟ୍ରାଗ୍ରାମରେ ଧମାଲ ମଚାଉଛନ୍ତି ଜିଭା । ମଇଦାନରେ ମାହି ଜଲୱା ଦେଖାଉଥିବା ବେଳେ ଇନଷ୍ଟାଗ୍ରାମରେ ଜଲୱା ଦେଖାଉଛନ୍ତି ଜିଭା । ପୁଣିଥରେ ଜିଭାଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଧୋନିଙ୍କ ଝିଅ ରୁଟି ବେଲୁଥିବାର ଦେଖିବାକୁ ମିଳିଛି । ବେଶ ମନଧ୍ୟାନ ଦେଇ ଜିଭା ରୁଟି ବେଲୁଥିବାର ନଜରକୁ ଆସିଛନ୍ତି । ଏହି ରୁଟିକୁ ପୂରା ଗୋଲ କରି ବେଲୁଛନ୍ତି ମାହିଙ୍କ ଝିଅ । ମାତ୍ର ୨ ବର୍ଷ ବୟସରେ ଜିଭାଙ୍କ ଏଭଳି କାରାନାମା ସମସ୍ତଙ୍କୁ ଚକିତ କରିଛି । ଯାହା ତାଙ୍କ ଫ୍ୟାନମାନଙ୍କୁ ବେଶ ପ୍ରଭାବିତ କରିଛି ।

ଏହି ଭିଡ଼ିଓଟି ଜିଭା ଧୋନିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଏବେ ପର୍ଯ୍ୟନ୍ତ ପ୍ରାୟ ଏହି ଭିଡିଓକୁ ୮୧ ହଜାର ଥର ଲୋକ ଦେଖି ସାରିଲେଣି । ବେଲଣା କାଠି ଧରି ରୁଟି ବେଲୁଥିବାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପୂର୍ବରୁ ଜିଭାଙ୍କର ଅନେକ ଭିଡିଓ ସାମ୍ନାକୁ ଆସିଛି ।

Comments are closed.