ନୂଆବର୍ଷର ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି । କାଉଁଟଡାଉନ ଷ୍ଟାର୍ଟ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

25

କନକ ବ୍ୟୁରୋ: ଆଉ ମାତ୍ର କେଇ ଘଂଟାର ଅପେକ୍ଷା । ବିଦାୟ ନେବ ୨୦୧୭ । ୨୦୧୮ର ସ୍ୱାଗତ ପାଇଁ ସବୁଠି ସଜବାଜ । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଆରମ୍ଭ ହୋଇଯାଇଛି କାଉଁଟ ଡାଉନ । ବନ୍ଧୁ ଓ ପ୍ରୀୟଜନଙ୍କ ସହ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତ ଥିବା ବେଜଳେ ହୋଟେଲ ଗୁଡିକରେ ଚାଲିଛି ଜୋରଦାର ପ୍ରସ୍ତୁତି ।

ଗ୍ରାହକଙ୍କୁ ଭରପୂର ମନୋରଂଜନ ଦେବା ପାଇଁ ବଲିଉଡ୍ ଓ ଓଲିଉଡ୍ କଳାକାର ପାଲଟିବେ ମୁଖ୍ୟ ଆକର୍ଷଣ । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତଙ୍କ ମନରେ ଭରି ରହିଛି ଉତ୍କଣ୍ଠା । ନାଚ, ଗୀତ ସହ ଖିଆପିଆର ଏହି ମୁହୂର୍ତର ମଜା ନେବା ପାଇଁ ସମସ୍ତେ ପ୍ରସ୍ତୁତ । ରାତି ୧୨ଟାରୁ ନୁଆ ବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ନୂଆବର୍ଷରେ ମହାପ୍ରଭୁଙ୍କ ପ୍ରଥମ ଦର୍ଶନ ପାଇଁ ଶ୍ରକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଛି । ଏଥିପାଇଁ ଶ୍ରୀମନ୍ଦିରରେ ସମସ୍ତ ପ୍ରସ୍ତୁତି ସରିଛି ।

ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବାରିକେଡର ବ୍ୟବସ୍ଥା କରାଯାଇଥିବା ବେଳେ ରାତି ଗୋଟାଏ ୨୫ ମିନିଟରେ ଶ୍ରୀମନ୍ଦିର ଦ୍ୱାର ଖୋଲିବାକୁ ନୀତି ର୍ନିଘଂଟ ହୋଇଛି । ପୂର୍ବରୁ ପହଲି ଭୋଗ ନୀତି ପାଇଁ ରାତି ୨ଟାରେ ଦ୍ୱାର ଫିଟୁୂଥିବା ବେଳେ ନୂଆବର୍ଷ ପାଇଁ ୩୫ ମିନିଟ ପୂର୍ବରୁ ଦ୍ୱାର ଖୋଲିବ ।