ଜିରୋ ନାଇଟ୍ ପାଳନ ଅବସରରେ ଉତେଜନା : ରାଜଧାନୀର ତାରକା ହୋଟେଲ ସ୍ୟାଣ୍ଡିିଜ୍ ଟାୱାରରେ ଭଙ୍ଗାରୁଜା

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନୂତନ ବର୍ଷ ପାଳନ ପାଇଁ ସମଗ୍ର ବିଶ୍ୱ ହୋଇ ଉଠିଥିଲା ବ୍ୟଗ୍ର । ଗାଁଠୁ ସହର ସବୁଠି ଜମିଥିଲା ମଉଜମସ୍ତି । ହେଲେ ଏହି ମଉଜମସ୍ତି ଭିତରେ ରାଜ୍ୟର ଅନେକ ସ୍ଥାନରେ ସୃଷ୍ଟି ହୋଇଥିଲା ଉତେଜନା । ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାରସ୍ଥିତ ହୋଟେଲ ସ୍ୟାଣ୍ଡିିଜ୍ ଟାୱାରରେ ଫ୍ରିଜ୍ ପକ୍ଷରୁ ଫ୍ୟାଶନ ଶୋ, ବେଲି ଡ୍ୟାନ୍ସ, ଲାଇଭ୍ ଟେମ୍ପୋରାରି ଟାଟୁ , ଫାଇନ୍ ଜଗଲର୍, ଅନୁଷ୍ଠିତ ହୋଇଥିଲା । ତେବେ ଆୟୋଜନର ଅବ୍ୟବସ୍ଥାକୁ ନେଇ ସେଠାରେ ଉତେଜନା ପରିସ୍ଥତି ସୃଷ୍ଟି ହୋଇଥିଲା ।

ପରିସ୍ଥିତି ଏଭଳି ହୋଇଥିଲା ଗ୍ରାହକମାନେ ସେଠାରେ ଭଙ୍ଗାରୁଜା କରିଥିଲେ । ଗ୍ରାହକମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା ଟଙ୍କା ଦେଇ ଟିକେଟ୍ କାଟିଥିଲେ ମଧ୍ୟ ଉପଯୁକ୍ତ ସେବା ଯୋଗାଇ ଦିଆଯାଇନାହିଁ ଆୟୋଜକଙ୍କ ପକ୍ଷରୁ । ସେମାନଙ୍କୁ ଠକିଛନ୍ତି ଆୟୋଜକ । ଆୟୋଜକଙ୍କ ଗିରଫ ଦାବି କରିଛନ୍ତି ଗ୍ରାହକ । ତେବେ ଘଟଣା ସ୍ଥଳରେ ପୋଲିସ ପହଁଚି ପରିସ୍ଥତିକୁ ଆୟତକୁ ଆଣିଥିଲା । କିନ୍ତୁ ଏଠାରେ ଚାଲିଥିବା ଜିରୋ ନାଇଟ୍ ସେଲିବ୍ରେସନକୁ ଅଧାରୁ ବନ୍ଦ୍ କରାଯାଇଥିଲା । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ