ରଙ୍ଗବେରଙ୍ଗର ଆତସବାଜୀରେ ଝଲସିଲା ଆକାଶ : ଜିରୋ ନାଇଟରେ ନାଚ, ଗୀତରେ ଝୁମିଲେ ସମସ୍ତେ

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅପେକ୍ଷା ଥିଲା କେତେବେଳେ ବାଜିବ ରାତି ୧୨ଟା । ଘଂଟାର ମିନିଟ୍ ସେକେଣ୍ଡ ଏବଂ ଘଂଟାକଂଟା ଉପରେ ପହଂଚିବ । ସମୟ ଗଡିବା ସହ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଥିଲା । କାଉଂଟଡାଉନ୍ ବି ଆରମ୍ଭ ହୋଇଯାଇଥିଲା । ଠିକ୍ ରାତି ୧୨ଟା ବାଜିବା କ୍ଷଣି ଆକାଶ ଆଲୋକିତ ହୋଇଯାଇଥିଲା । ସବୁଆଡେ ଦେଖିବାକୁ ମିଳିଥିଲା ସେଲିବ୍ରେସନର ମାହୋଲ ।

ବିଭିନ୍ନ ତାରକା ହୋଟେଲ, ରେଷ୍ଟୁରାଂଟ ଓ କ୍ଲବରେ ଜମିଥିଲା ନାଚଗୀତର ଝୁମ୍ । ନୂତନ ବର୍ଷକୁ ସ୍ୱାଗତ କରିବାକୁ ହୋଟେଲ ସ୍ୱସ୍ତି ପ୍ରିମିୟମର ପ୍ଲାଜା କ୍ଲବରେ ସ୍ପାଏ ଲିମିଟ୍ ୨୦୧୭ ଅନୁଷ୍ଠିତ ହୋଇଛି । ନାଚ ଗୀତ ସାଙ୍ଗକୁ ଏଠାରେ ଅନଲିମିଟେଡ୍ ସ୍ନାକ୍ସ ଓ ପାନୀୟ ସହ ବଫେଟ୍ ଡିନରର ମଧ୍ୟ ବ୍ୟବସ୍ଥା ହୋଇଥିଲା । ୨୦୧୭ କାର୍ଯ୍ୟକ୍ରମରେ ନନଷ୍ଟପ୍ ମ୍ୟୁଜିକ୍ ଲୋକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇଥିଲା । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :