ସନ୍ନିଙ୍କ ଜାଲରେ ସଲମାନ ! ଆୱାର୍ଡ ଶୋ’ରେ ଭାଇଜାନ୍ କଲେ ବେବି ଡଲଙ୍କ ବସ୍ତ୍ର ହରଣ

62

ଆଜ୍ଞା ହଁ ! ଏକଥା ସଂପୂର୍ଣ୍ଣ ସତ୍ୟ । ଏକ ଆୱାର୍ଡ ଶୋ’ରେ ଦେଖିବାକୁ ମିଳିଛି ସଲମାନଙ୍କର ଏଭଳି ରୂପ । ମାମଲାଟି ହେଲା, ଜି-ସିନେ ଆୱାର୍ଡ ଶୋ’ରେ ସଲମାନ ହୋଷ୍ଟିଂ କରିଛନ୍ତି ଆଉ ଏହା ବଳରେ ସଲମାନ ପୁଣି ଥରେ ସମସ୍ତଙ୍କୁ ଆକର୍ଷିତ କରିବାରେ ସଫଳ ହୋଇ ପାରିଛନ୍ତି । ତେବେ ଏହି ଅବସରରେ ରୋମାଂକର ମୋଡ ସେତେବେଳେ ଆସିଥିଲା ଯେତେବେଳେ ସଲମାନ ଏବଂ ସନ୍ନିଙ୍କ ଆମ୍ନା ସାମ୍ନା ହୋଇଥିଲା ।

ସୂଚନା ମୁତାବକ, ସନ୍ନି ଲିଓନି ଯେତେବେଳେ ମଂଚ ଉପରେ ପହଂଚିଥିଲେ । ସେତେବେଳେ ସେ ଏକ ସୁନେଲୀ ରଙ୍ଗର ପୋଷାକ ଉପରେ ନୀଳ ରଙ୍ଗର ଶାଢୀ ପିନ୍ଧି ଥିଲେ । ତେବେ ସନ୍ନିଙ୍କ ଏଭଳି ଅବତାର ଦେଖି ଭାଇଜାନ କହିଥିଲେ କି ,’ସନ୍ନି ତୁମ ଦେହରୁ କିଛି କପଡା କାଢି ଦେବା ଉଚିତ୍’ । ଏହାପରେ ସନ୍ନି କହିଥିଲେ ‘ଯଦି ଏହି କାମ ଖୋଦ୍ ସଲମାନ ନିଜ ହାତରେ କରନ୍ତି ତେବେ ଏହା ମୋ ପାଇଁ କୌଣସି ସ୍ୱପ୍ନରୁ କମ୍ ହେବ ନାହିଁ ‘ବୋଲି ।

ବାସ୍ କଥା ମାତ୍ର ଏତିକି । ସଲମାନ ସନ୍ନିଙ୍କ ଏହି ଇଚ୍ଛାକୁ ପୁରଣ କରିବାକୁ ଯାଇ ସନ୍ନି ପିନ୍ଧିଥିବା ଶାଢୀଟିକୁ ଖୋଲି ଦେଇଥିଲେ । ତେବେ ଏହି ଦୃଶଟିକୁ ଖୁବ୍ ଉପଭୋଗ କରିଥିଲେ ଦର୍ଶକେ ।