ଦେଶୀ ଜିନିଷରେ ବିଦେଶୀ ଲୁକ୍ ! ବଜାରରେ ପ୍ରବେଶ କଲା ‘ଲୁଙ୍ଗି ସ୍କର୍ଟ’

38

ଦେଶୀ ଜିନିଷରେ ବିଦେଶୀ ଲୁକ । ଏହା ପ୍ରଥମ ଥର ହୋଇନାହିଁ । ଆଗରୁ ଟ୍ୱିଟରରେ ଖଟିଆକୁ ‘ଇଣ୍ଡିଆନ ଡେବେଡ’କହି ବିକ୍ରି କରାଯାଇଥିଲା ଏବଂ ଚା’କୁ ‘ଚାୟ ଟି ଲୈଟେ’ ବନା ଯାଇଥିଲା । କିନ୍ତୁ ଏଥର ଏଭଳି କିଛି ଭିନ୍ନ ହୋଇଛି ଯାହା ଶୁଣିଲେ ଆପଣ  ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ।

ଏଭଳି କିଛି ଫ୍ୟାଶନ ଆରମ୍ଭ କରିଛି ନାମିଦାମୀ ବ୍ରାଣ୍ଡ ‘ଜାରା’ । ଝିଅ ମାନଙ୍କ ପରିଧାନ ଲାଗି ଏଭଳି  ଏକ ସ୍କର୍ଟ ତିଆରି ହୋଇଛି ଯାହା ଦେଖିବାକୁ ଲୁଙ୍ଗି ପରି । ପୂର୍ବେ ଲୁଙ୍ଗି ପୁରୁଷ ମାନଙ୍କର ପାରମ୍ପରିକ ପୋଷାକ ଥିଲା । କିନ୍ତୁ ଲୁଙ୍ଗିକୁ ଏବେ ଓଲ୍ଡ ଫ୍ୟାଶନ କୁହାଯାଉଛି । ମାତ୍ର ଏହି ଓଲ୍ଡ ଫ୍ୟାଶନକୁ ନୂଆ ଲୁକ ଦେଇ ବଜାରକୁ ଆଣିଛି ଜାରା । ଝିଅମାନଙ୍କ ପାଇଁ ତିଆରି ହୋଇଥିବା ଏହି ଲୁଙ୍ଗିର ଦାମ ୮୯.୯୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୫ହଜାର ୭୦୦ଟଙ୍କା । ଜାରା ଏହି ଲୁଙ୍ଗିକୁ ସ୍କର୍ଟର ରୂପ ଦେଇଛି ।

ଏହି ସ୍କର୍ଟ ବିଷୟରେ ଜାରା ଟିମ କହିଛି “ଏହା ଏକ ଫୋଲ୍ଡିଂ ସ୍କର୍ଟ” । ଏହାକୁ ଆଗକୁ ଫୋଲ୍ଡ କରାଯାଇଛି । ଏଥିରେ ଚେନ ମଧ୍ୟ ଳାଗିଛି । ଏହା ପିନ୍ଧିବା ପାଇଁ ବେଶ୍ ଆରାମଦାୟକ । ଏହି ସ୍କର୍ଟ ନେଇ ଟ୍ୱିଟରରେ ଜୋର ଚର୍ଚ୍ଚା ଧରିଛି । ଏପର୍ଯ୍ୟନ୍ତ  ‘ଲୁଙ୍ଗି ସ୍କର୍ଟ’କୁ କିଛି ଲୋକ ଗ୍ରହଣ କରିପାରି ନାହାନ୍ତି । ‘ଜାରା’ର ଏହି ସ୍କର୍ଟ ଡିଜାଇନକୁ ଟ୍ୱିଟର ବ୍ୟବହାରକାରୀ ଟ୍ରୋଲ କରିଛନ୍ତି ।