ବିବାଦୀୟ ଧର୍ମ ପ୍ରଚାରକ ଜାକିର ନାଏକଙ୍କୁ ନେଇ ତନାଘନା : ଓଡିଶା ସହ ୫ଟି ରାଜ୍ୟକୁ ସୁପ୍ରିମକୋର୍ଟର ନୋଟିସ୍

36

କନକ ବ୍ୟୁରୋ : ବିବାଦୀୟ ଧର୍ମ ପ୍ରଚାରକ ଜାକିର ନାଏକଙ୍କୁ ନେଇ ତନାଘନା । ଏନେଇ ସୁପ୍ରିମକୋର୍ଟ ୫ଟି ରାଜ୍ୟକୁ ନୋଟିସ୍ ଜାରି କରିଛନ୍ତି । ୨୦୧୨ ମସିହାରେ ଜାକିରଙ୍କ ବିରୋଧରେ ୫ଟି ରାଜ୍ୟରେ ୭ଟି ମାମଲା ରୁଜୁ ହୋଇଥିଲା । ଜାକିରଙ୍କ ବିରୋଧରେ ଧର୍ମୀୟ ଭାବନା କ୍ଷୁର୍ଣ୍ଣ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଗୋଆ, କର୍ଣ୍ଣାଟକ , ମହାରାଷ୍ଟ୍ର, ଗୁଜୁରାଟ ଓ ଓଡିଶାକୁ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ନିକଟରେ ବାଙ୍ଗଲାଦେଶରେ ହୋଇଥିବା ଆତଂକବାଦୀ ଆକ୍ରମଣରେ ଜାକିରଙ୍କ ଲିଙ୍କକୁ ନେଇ ଅଭିଯୋଗ ହୋଇଛି।