ରାଷ୍ଟ୍ରପତିଙ୍କ ଠାରୁ ନ୍ୟାସନାଲ ଚାଇଲ୍ଡ ଆୱାର୍ଡ ପାଇଲେ ଜାୟରା ବସୀମ

37

ଦଙ୍ଗଲସିକ୍ରେଟ ସୁପରଷ୍ଟାର ଭଳି ଫିଲ୍ମରେ କାମ କରିଥିବା ଜାୟରା ବସୀମଙ୍କୁ ମିଳିଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ନ୍ୟାସନାଲ୍ ଚାଇଲ୍ଡ ଆୱାର୍ଡ । ଏହି ପୁରସ୍କାର ଜାୟରା ବସୀମଙ୍କୁ ଶିଶୁ ଦିବସ ଅବସରରେ ଦିଆଯାଇଛି ।

ଜାୟରା ବସୀମଙ୍କ ବ୍ୟତୀତ ବିହାରର ସୁପର-୩୦ର ସଂଚାଳକ ଗଣିତଜ୍ଞ ଆନନ୍ଦ କୁମାରଙ୍କୁ ମଧ୍ୟ ରାଷ୍ଟ୍ରପତି ପୁରସ୍କାର ପାଇଁ ଚୟନ କରାଯାଇଛି । ସୂଚନା ଯେ ସୁପର-୩୦ର ସଂଚାଳକ ଆନନ୍ଦ କୁମାରଙ୍କ ଉପରେ ନିର୍ମିତ ବାୟୋପିକ୍ ରେ ହ୍ରିତିକ୍ ରୋଶନ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହି ବର୍ଷ ନ୍ୟାସନାଲ ଚାଇଲ୍ଡ ଆୱାର୍ଡରେ ୧୬ ଜଣ ପିଲାଙ୍କୁ ସମ୍ମାନିତ କରାଯାଇଛି । ୧୬ ଜଣ ପିଲାଙ୍କ ମଧ୍ୟରେ ଜଣକୁ ସ୍ୱର୍ଣ୍ଣ ପଦକ ଓ ଅନ୍ୟ ପିଲାଙ୍କୁ ରୌପ୍ୟ ପଦକ ଦିଆଯାଇଛି । ଜାୟରା ବସୀମ ଅମିର ଖାନଙ୍କ ଫିଲ୍ମ ଦଙ୍ଗଲ ରୁ ଫିଲ୍ମରେ କ୍ୟାରିୟର ଆରମ୍ଭ କରିଥିଲେ । ଏବଂ ତାଙ୍କୁ ଏଥିରେ ବହୁତ ପ୍ରଶଂସା ମିଳିଛି । ଏହି ବର୍ଷ ଦୀବାଲି ଅବସରରେ ଜାୟରା ବସୀମ ସିକ୍ରେଟ ସୁପରଷ୍ଟାରରେ ନଜର ଆସିଛନ୍ତି । ସିକ୍ରେଟ ସୁପରଷ୍ଟାରରେ ଜାୟରା ଏମିତି ଏକ ଟିନଏଜ୍ ଝିଅ ଭୂମିକାରେ ନଜର ଆସିଥିଲେ , ଯିଏ ବଡ ହୋଇ ସିଙ୍ଗର ହେବାକୁ ଚାହୁଁଥିଲେ ।