ଶିଖ ଧର୍ମ ରୀତିନୀତି ଅନୁସାରେ ବିବାହ କରିବେ ଯୁବରାଜ ସିଂ

87

କ୍ରିକେଟର ଯୁବରାଜ ସିଂ ଓ ଅଭିନେତ୍ରୀ ହେଜଲ୍ କୀଚଙ୍କ ବିବାହ ଚଣ୍ଡିିଗଡରେ ଶିଖ ଧର୍ମ ରୀତିନୀତି ଅନୁସାରେ ୩୦ ନଭେମ୍ବର ରେ ଅନୁଷ୍ଠିତ ହେବ । ଉଭୟଙ୍କ ବିବାହ ପ୍ରସ୍ତୁତି ଏବେ ଜୋରସୋରରେ ଚାଲିଛି । ସେମାନଙ୍କ “ଆନନ୍ଦ କାରଜ’ ସମାରୋହରେ କେବଳ ପରିବାର ଲୋକ ଓ କିଛି ଅନ୍ତରଙ୍ଗ ବନ୍ଧୁ ସାମିଲ ହେବେ ବୋଲି ସୂଚନା ମିଳିଛି ।

ଯୁବରାଜ ସିଂଙ୍କ ମା ଶବନମ ସିଂ ଧାର୍ମିକ ଗୁରୁ ବାବା ରାମ ସିଂଙ୍କ ଭକ୍ତ । ତେଣୁ ବିବାହ ପରେ ନବଦମ୍ପତି ବାବା ରାମ ସିଂଙ୍କର ଆଶିର୍ବାଦ ନେବେ ବୋଲି ଜଣାପଡିଛି । ବଲିଉଡ କୋରିଓଗ୍ରାଫର ଫରହା ଖାନ ଏମାନଙ୍କ ସଙ୍ଗୀତ କାର୍ଯ୍ୟକ୍ରମକୁ କୋରିଓଗ୍ରାଫ କରିବେ । ଯୁବରାଜ ଓ ହେଜଲଙ୍କ ବିବାହକୁ ନେଇ ଯୁବରାଜଙ୍କ ବାପା ୟୋଗରାଜ ସିଂ ଏବେ ବହୁତ ଖୁସି ।