ଚଳିତ ମାସ ୩୦ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବେ ୟୁବି ଓ ହେଜଲ୍

23

କ୍ରିକେଟ୍‌ ଖେଳାଳି ଯୁବରାଜ ସିଂହ ଓ ବଲିଉଡର ହେଜଲ୍ କିଚଙ୍କ ପ୍ରେମକାହାଣୀ ଏବେ ବିବାହର ମୋଡରେ ଆସି ପହଂଚିଛି । ଏହି ଦୁଇ ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଚଳିତ ମାସ ୩୦ ତାରିଖରେ ଭଭୟ ବିବାହ କରିବାକୁ ଯାଉଛନ୍ତି । ଏହି ପ୍ରେମୀଯୁଗଳ ଥରେ ନୁହେଁ ଦୁଇଥର ବିବାହ କରିବେ ।

ପ୍ରଥମେ ଚଣ୍ଡୀଗଡ଼ର ଏକ ଗୁରୁଦ୍ୱାର ଏବଂ ଦ୍ୱିତୀୟଥର ଗୋଆରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଚଣ୍ଡୀଗଡ଼ରେ ୟୁବିଙ୍କ ପରିବାର ବିବାହ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଥିବା ବେଳେ ଗୋଆରେ ହେଜଲଙ୍କ ପରିବାର ଲୋକେ ମଧ୍ୟ ତାଙ୍କ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ।

ସୂଚନା ମୁତାବକ ଭାରତୀୟ କ୍ରିକେଟ୍ ଦଳକୁ ମଧ୍ୟ ୟୁବରାଜଙ୍କର ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆମନ୍ତ୍ରଣ କରାଯାଇଛି । ବିବାହ ପରେ ଦିଲ୍ଲୀର ଏକ ହୋଟେଲରେ ଭବ୍ୟଭୋଜିର ଆୟୋଜନ କରାଯାଇଛି । ଏମାନଙ୍କ ବିବାହ ଭୋଜିରେ ବହୁ ନାମୀଦାମୀ ବ୍ୟକ୍ତି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।