ତେଜିଲା ପାଜେରୋ ରାଜନୀତି, ସଂଜୟଙ୍କ ଇସ୍ତାଫା ଦାବିକଲେ ପ୍ରସାଦ

17

ରାଜ୍ୟ ରାଜନୀତିକୁ ସରଗରମ କରିଛି ମନ୍ତ୍ରୀ ସଂଜୟ ଦାସବର୍ମା ପାଜେରୋ ଉପହାର ନେବା ପ୍ରସଙ୍ଗ । ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ଠାରୁ ସଂଜୟ ପାଜେରୋ ନେବା ଅଭିଯୋଗରେ ସିବିଆଇର ନୋଟିସ ପରେ ରାଜନୀତି ଜୋର ଧରିଛି । ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ମନ୍ତ୍ରୀଙ୍କ ପାଜେରୋ ବାବଦରେ ଖୁଲାସା କରିବା ପରେ ତାତି ଉଠିଛି କଂଗ୍ରେସ । ମନ୍ତ୍ରୀ ସଂଜୟ ଦାସବର୍ମା ଓ ନବୀନ ସରକାର ବିରୋଧରେ ଆଜି ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରିଛି ଯୁବ କଂଗ୍ରେସ । ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କଂଗ୍ରେସ କର୍ମୀ ନାରାବାଜି ଦେଇଛନ୍ତି । ସଂଜୟ ଦାସବର୍ମା କେବେ ରାଜନୀତିରୁ ସନ୍ୟାସୀ ନେବେ ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ । ଚିଟ୍ଫଣ୍ଡ ସଂସ୍ଥା ସହ ସମ୍ପୃକ୍ତି ଅଭିଯୋଗରେ ସଂଜୟ ଓ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନଙ୍କ ଗିରଫ ଦାବି କରି ପୁରୀ ମୁଖ୍ୟରାସ୍ତାରେ ପୋଷ୍ଟର ପୋଡିଛି କଂଗ୍ରେସ । ଏହାସହ ରାଜ୍ୟରେ ଦୁର୍ନୀତିରେ ଭରପୁର ବିଜେଡି ସରକାରକୁ ହଟାଇ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି ହୋଇଛି ।