ଯବାନଙ୍କ ସହ ଦୀପାବଳି ପାଳିଲେ ୟୁସୁଫୁ ପଠାନ ।

34

ପଡିଆରେ ଦୁର୍ଦ୍ଦଶ ବ୍ୟାଟିଂ କରି ଦର୍ଶକଙ୍କ ମନ ମୋହୁଥିବା କ୍ରିକେଟର ୟୁସୁଫ ପଠାନ ଦୀପାବଳି ଅବସରେ ପୂର୍ବରୁ ଯବାନଙ୍କ ସହ କିଛି ମୁହୂର୍ତ କଟାଇଛନ୍ତି । ବରୋଦା ବିମାନ ବନ୍ଦରରେ ଯବାନଙ୍କ ସହ ମିଠା ବାଂଟି ପାଳିଛନ୍ତି ଦୀପାବଳି । ଯବାନମାନଙ୍କୁ ମିଠା ଖୁଆଇବା ସହ ସେମାନଙ୍କ ନିକଟରୁ ବି ମିଠା ଖାଇଛନ୍ତି । ଯବାନଙ୍କ ସହ ମିଠା ଆଦାନ ପ୍ରଦାନ କରୁଥିବାର ଫଟୋ ଟ୍ୱିଟରରେ ୟୁସୁଫୁ ନିଜେ ପୋଷ୍ଟ କରିଛନ୍ତି । ମହାନ ପର୍ବ ଦୀପାବଳିରେ ବି ଆପଣ ଦେଶସେବାରେ ନିଜକୁ ନିୟୋଜିତ କରିଥିବାରୁ ଆପଣଙ୍କୁ ମୋର ସମ୍ମାନ ଜଣାଉଛି ।

ଯବାନମାନେ ବି ୟୁସୁଫଙ୍କ ପ୍ରତି ତାଙ୍କ ଭଲପାଇବା ଦେଖାଇଛନ୍ତି । ଦେଶସେବା ପ୍ରତି ଯବାନଙ୍କ ନିଷ୍ଠାକୁ ସାଲ୍ୟୁଟ କରିଛନ୍ତି କ୍ରିକେଟର । ଏଥିରୁ ଯବାନଙ୍କ ପ୍ରତି ଥିବା ତାଙ୍କର ସ୍ନେହ, ଶ୍ରଦ୍ଧା ଓ ସମ୍ମାନକୁ ଜଣାଇଛନ୍ତି ୟୁସୁଫୁ ।
ସବୁବେଳ କ୍ରିକେଟ ଖେଳରେ ବ୍ୟସ୍ତରହୁଥିବା ୟୁସୁଫୁ ନିଆରା ଢଙ୍ଗରେ ପାଳିଥିଲେ ଦିପାବଳୀ । ଯବାନଙ୍କ ସହ କଟାଇଥିଲେ କିଛି ମୁହୁର୍ତ । ଆଉ ସେମାନଙ୍କ ପ୍ରତି ଥିବା ଭଲପାଇବା ବି ସମସ୍ତଙ୍କ ସହ ସେୟାର କରିଥିଲେ ସେ । ଯବାନମାନେ ଏହି କ୍ରିକେଟରଙ୍କୁ ପାଖରେ ପାଇ ବହୁତ ଖୁସିଥିଲେ । ଏହି ଅବସରରେ ଯବାନମାନଙ୍କୁ ପ୍ରଶଂସା କରିଥିଲେ ୟୁସୁଫୁ ।