ୟୁସ୍ରା ମାର୍ଦିନୀ ଜଣେ ସାହାସୀ ଝିଅର କାହାଣୀ

43

ରିଓ ଅଲିମ୍ପିକ୍ସରେ ଗୋଟିଏ ୧୮ ବର୍ଷର ଝିଅ , ନାଁ ୟୁସ୍ରା ମାର୍ଦିନୀ । ରିଓ ଅଲିମ୍ପିକ୍ସରେ ସବୁ ପ୍ରତିଯୋଗୀ ନିଜ ନିଜ ଦେଶର ପ୍ରତିନିଧିତ୍ୱ କରୁଥିବା ବେଳେ ୟୁସ୍ରାର କୈାଣସି ଦେଶ ନଥିଲା। ଦେଶ ନଥିବା ଶରଣାର୍ଥୀ ମାନଙ୍କର ପ୍ରତିନିଧି ଭାବରେ ୟୁସ୍ରା ଅଲିମ୍ପିକ୍ସରେ ଯୋଗଦାନ କରିଥିଲେ । ସିରିଆର ମୂଳ ନିବାସୀ ୟୁସ୍ରା ଓ ତାଙ୍କ ପରିବାର ଆତଙ୍କବାଦ ସହିତ ଲଢି ନିଜ ଜୀବନ ବଂଚାଇ ଜର୍ମାନୀକୁ ଆସିଥିଲେ । ଦାମାସ୍କସ୍, ଲେବାନନ୍, ବିରୁଟ୍, ଓ ତୁର୍କୀ ବାଟ ଦେଇ ବହୁତ ସଂଘର୍ଷପରେ ସେମାନେ ଗ୍ରୀସରେ ପହଂଚିଥିଲେ ଓ ସେଠାରୁ ସମୁଦ୍ର ବାଟ ଦେଇ ଜର୍ମାନୀରେ ପହଂଚିବାକୁ ଚାହୁଁଥିଲେ ।

ସମୁଦ୍ରରେ ଯିବାପାଇଁ ତାଙ୍କ ପାଖରେ ମାତ୍ର ୬ ଜଣ ବସିବା ପାଇଁ ଛୋଟିଆ ଡଙ୍ଗାଟିଏ ଥିଲା , କିନ୍ତୁ ସେମାନେ ଥିଲେ ୨୦ ଜଣ । ୨୦ ଜଣ ଲୋକ ଗୋଟିଏ ଛୋଟିଆ ଡଙ୍ଗାରେ ଯାଉଯାଉ ଡଙ୍ଗାର ଇଂଜିନ ଅଚଳ ହୋଇପଡିଲା । ଡଙ୍ଗାରେ ଥିବା ୨୦ ଜଣ ଯାତ୍ରୀଙ୍କ ମଧ୍ୟରୁ ମାତ୍ର ୪ ଜଣ ପହଁରା ଜାଣିଥିଲେ ଓ ସେ ଚାରିଜଣ ଡଙ୍ଗାକୁ ଟାଣିଟାଣି ଆଣି କୂଳରେ ପଂହଚାଇଥିଲେ । ସମୁଦ୍ରର ପାଣି ଏତେ ଥଣ୍ଡା[òଲା ଯେ ବାକି ୩ ଜଣ ପ୍ରାୟତଃ ଅଚେତ ଅବସ୍ଥାକୁ ଚାଲିଆସିଥିଲେ, ୟୁସ୍ରା କିନ୍ତୁ ଥିଲେ ଜଣେ ଦକ୍ଷ ସନ୍ତରଣକାରୀ । ସେ ପାଣି ଆଗରେ ହାର ମାନିବାକୁ ଚାହୁଁ ନଥିଲେ । ଏକାକୀ ଡଙ୍ଗାକୁ ଟାଣିଟାଣି ଆଣି କୂଳରେ ଲଗାଇଥିଲେ ଫଳରେ ୨୦ ଜଣ ଶରଣାର୍ଥୀ ବଂଚିଯାଇଥିଲେ।

ଜର୍ମାନୀରେ ପଂହଚିବା ପରେ ବହୁ କଷ୍ଟରେ ତାଙ୍କୁ ଜଣେ କୋଚ୍ ମିଳିଥିଲେ ଯିଏକି ତାଙ୍କୁ ସନ୍ତରଣ ଶିକ୍ଷା ଦେବାସହ ଅଲିମ୍ପିକ୍ସରେ ଭାଗନେବାର ସୁଯୋଗ ସୃଷ୍ଟି କରିଥିଲେ । ରିଓ ଅଲିମ୍ପିକ୍ସରେ ୧୦ ଜଣ ଦେଶନଥିବା ପ୍ରତିଯୋଗୀଙ୍କ ସହ ଏକ ଗୋଷ୍ଠୀ ଶରଣାର୍ଥୀ ଭାବରେ ଅଂଶଗ୍ରହଣ କରିଥିଲେ । ୟୁସ୍ରା,ଥିଲେ ସେଇ ଦେଶ ନଥିବା ଗୋଷ୍ଠୀର ପ୍ରତିନିଧି । ୟୁସ୍ରାର ସାହସ ଓ ଦୃଢ ମନୋବଳ ଆମ ସମସ୍ତଙ୍କ ଲାଗି ପ୍ରେରଣାର ଉସô।